ଅଟ୍ଟାରି ସୀମାରେ ଦୁଇ ଅନୁପ୍ରବେଶକାରୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

Advertisment
ଅଟ୍ଟାରି ସୀମାରେ ଦୁଇ ଅନୁପ୍ରବେଶକାରୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

Image Courtesy of Zee News

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତ୍ରୀରେ ପଞ୍ଜାବର ଅଟ୍ଟାରି ସୀମାନ୍ତରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

ଏହାଛଡ଼ା, ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ନିହତ ଅନୁପ୍ରବେଶକାରୀଙ୍କ ପାଖରେ ଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଉଦ୍ଧାର କରିଛି।

ରାତି ପ୍ରାୟ ୨.୩୦ରେ ଅଟ୍ଟାରି ସୀମାନ୍ତର ଅତି ନିକଟ ରାଜତଳା ଅଞ୍ଚଳରେ ଏହି ଦୁଇ ସଶସ୍ତ୍ର ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସମ୍ପୃକ୍ତ ଅଞ୍ଚଳରେ ସୀମା ସୁରକ୍ଷା ବଳ ତଲାସ ଅଭିଯାନ ଆରମ୍ଭ କରିଛି। କିନ୍ତୁ, ଘନ କୁହୁଡ଼ିରେ ସେ ଅଞ୍ଚଳ ଆଚ୍ଛନ୍ନ ହୋଇଥିବାରୁ ତଲାସ ଅଭିଯାନରେ ବାଧା ଉପୁଜିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe