ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ନିକଟରେ ଡ୍ରୋନ୍‌ ଦେଖି ଗୁଳି ଚଳାଇଲେ ‘ବିଏସ୍‌ଏଫ୍‌’ ଯବାନ

Advertisment
ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ନିକଟରେ ଡ୍ରୋନ୍‌ ଦେଖି ଗୁଳି ଚଳାଇଲେ ‘ବିଏସ୍‌ଏଫ୍‌’ ଯବାନ

ନୂଆଦିଲ୍ଲୀ: ଗତ ପାହାନ୍ତା ପ୍ରାୟ ୪.୨୪ରେ ଜମ୍ମୁର ଆର୍ଣ୍ଣିଆ ସେକ୍ଟର୍‌‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଉଡୁଥିବା ଗୋଟାଏ ଡ୍ରୋନ୍‌ ଆଡ଼କୁ ‘ବିଏସ୍‌ଏଫ୍‌’ ଯବାନମାନେ ଗୁଳି ଚଳାଇଥିଲେ। ଭାରତୀୟ ବାୟୁସେନା ଷ୍ଟେସନ୍‌ରେ ଦୁଇଟି ବିସ୍ଫୋରଣ ଘଟିବା ପର ଠାରୁ ଏହା ଥିଲା ଜମ୍ମୁ ଆକାଶରେ ପଞ୍ଚମ ଥର ଡ୍ରୋନ୍‌ ଦର୍ଶନ।

ହସ୍ତଗତ ହୋଇଥିବା ପ୍ରାଥମିକ ସୂଚନା ଅନୁସାରେ, ଉକ୍ତ ଡ୍ରୋନ୍‌ଟି ତାରବାଡ଼ ପାଖରେ ଦୃଶ୍ୟମାନ ହୋଇଥିଲା। କିନ୍ତୁ, ଏହା ସୀମାନ୍ତ ଅତିକ୍ରମ ନ କରି ପାକିସ୍ତାନ ପଟରେ ରହିଥିଲା।

publive-image Image Courtesy of India Today

ଜଣେ ସରକାରୀ ଅଧିକାରୀ କହିଛନ୍ତି, ପାକିସ୍ତାନର ଜୁମ୍ମାତ ପୋଷ୍ଟ୍‌ରୁ ଡ୍ରୋନ୍‌ଟି ଆସି ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଉଡୁଥିଲେ ବି ତାର ବାଡ଼ ଟପି ନ ଥିଲା।

ବିପଦ ଆଶଙ୍କା କରି ‘ବିଏସ୍‌ଏଫ୍‌’ ଯବାନମାନେ ଉଡ଼ନ୍ତା ଡ୍ରୋନ୍‌ ଆଡ଼କୁ ୫/୬ ରାଉଣ୍ଡ୍ ଗୁଳି ଚଳାଇଥିଲେ। କିନ୍ତୁ, ତାହା ଗୁଳିବିଦ୍ଧ ହୋଇ ନ ଥିଲା।

ଘଟଣା ପରେ ପରେ, ‘ବିଏସ୍‌ଏଫ୍‌’ର ମୁଖପାତ୍ର କହିଛନ୍ତି, ଭୋର୍‌ ପ୍ରାୟ ୪.୨୫ ସମୟରେ ଉକ୍ତ ଡ୍ରୋନ୍‌ଟି ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅତିକ୍ରମ କରିବା ଲାଗି ଉଦ୍ୟମ କରୁଥିବା ବେଳେ ଜାଗ୍ରତ ଥିବା ‘ବିଏସ୍‌ଏଫ୍‌’ ଯବାନମାନେ ପାକିସ୍ତାନର ସେହି କ୍ଷୁଦ୍ର ‘ହେକ୍ସା କପ୍ଟର୍‌’ ବା ‘ଡ୍ରୋନ୍‌’ ଆଡ଼କୁ ଗୁଳି ଚଳାଇଥିଲେ। ଗୁଳି ବର୍ଷଣ ହେବାରୁ ଡ୍ରୋନ୍‌ଟି ଅବିଳମ୍ବେ ସେଠାରୁ ଫେରିଯାଇଥିଲା। ସେ ଅଞ୍ଚଳ ନିରୀକ୍ଷଣ କରିବା ଲାଗି ଡ୍ରୋନ୍‌ଟିକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe