https://www.tribuneindia.com/
ନୂଆଦିଲ୍ଳୀ: ସୀମାରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଭାରତ-ପାକିସ୍ତାନ ମିଠା ଦିଆନିଆ ପ୍ରଥା ଏବର୍ଷ ଗଣତନ୍ତ୍ର ଦିବସରେ ହୋଇନାହିଁ। ଅଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ଦେଇନଥିବା ସୂଚନା ରହିଛି। ଶନିବାର ବିଏସ୍ଏଫ୍ ପକ୍ଷରୁ ଯାଇଥିବା ବାର୍ତ୍ତାରେ ଉତ୍ତର ଦେଇ ପାକିସ୍ତାନୀ ରେଞ୍ଜର ମିଠା ନେବାକୁ ମନା କରି ଦେଇଥିଲେ ଓ ଫଳରେ ଦୁଇ ଦେଶ ମଧ୍ୟରେ ମିଠା ଦିଆନିଆ ହୋଇ ପାରିନାହିଁ। ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିବାର ଦେଖିବାକୁ ମିଳିଛି। ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମଧ୍ୟ ଏହି ମିଠା ଦିଆନିଆ ହୋଇନଥିଲା।
କେବଳ ଜାନୁଆରି ୨୬ କିମ୍ବା ଅଗଷ୍ଟ ୧୫ ତାରିଖରେ ନୁହେଁ ବରଂ ପ୍ରତ୍ୟେକ ସ୍ବତନ୍ତ୍ର ପର୍ବପର୍ବାଣୀରେ ଏହି ମିଠା ଦିଆନିଆ ହୋଇଥାଏ। ମାତ୍ର ୨୦୧୯ ଅଗଷ୍ଟ ୫ ତାରିଖ ପରଠାରୁ ଦୁଇ ଦେଶ ମଧ୍ୟରେ ଏହି ମିଠା ଦିଆନିଆ ହୋଇନାହିଁ। ଇଦ୍, ଦୀପାବଳି ଆଦି ଉତ୍ସବରେ ମିଠା ସହ ଉପହାର ଦିଆନିଆ ବି ହୋଇଥାଏ।
India TVଶେଷ ଥର ପାଇଁ ଗତ ବର୍ଷ ଉଦ୍-ଉଲ୍-ଫିତର ଓ ସାଧାରଣତନ୍ତ୍ର ଦିବସରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ମିଠା ଦିଆନିଆ ହୋଇଥିଲା। ପୂର୍ବରୁ ୨୦୧୮ ମସିହାରେ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ ନେଇ ସାଧାରଣତନ୍ତ୍ର ଦିବସରେ ମିଠା ଦିଆନିଆ ହୋଇନଥିଲା। ସେହିପରିି ୨୦୧୮ରେ ହୋଇଥିବା ସର୍ଜିକାଲ୍ ଷ୍ଟାଇକ୍ ପାଇଁ ବି ଦୁଇ ଦୋ ମଧ୍ୟରେ ବିବାଦ ଉପୁଜିଥିବା ହେତୁ ଏହି ମିଠା ଦିଆନିଆ ପ୍ରଥାରେ ବ୍ୟାଘାତ ସୃଷ୍ଟି ହୋଇଥିଲା।
Follow Us