୩ ପାକିସ୍ତାନୀ ମାଛଧରା ଡଙ୍ଗା ଜବତ କଲେ ବିଏସଏଫ ଜବାନ

Advertisment
୩ ପାକିସ୍ତାନୀ ମାଛଧରା ଡଙ୍ଗା ଜବତ କଲେ ବିଏସଏଫ ଜବାନ

ନୂଆଦିଲ୍ଲୀ: ଗୁଜରାଟର ଭୁଜ ସୀମା ସୁରକ୍ଷା ବଳ(ବିଏସଏଫ) କୁଛ ଜିଲ୍ଲାରେ ଥିବା ହାରାମି ନାଳ କ୍ରିକ ଅଞ୍ଚଳରୁ ଗୁରୁବାର ୩ ମାଛଧରା ଡଙ୍ଗା ଜବତ କରିଛନ୍ତି। ଉକ୍ତ ଅଞ୍ଚଳରେ ଭାରତ – ପାକିସ୍ତାନ ସାମୁଦ୍ରିକ ସୀମା ରହିଛି। ତେବେ କେତେକ ଧୀବର ଭାରତର ସାମୁଦ୍ରିକ ଅଞ୍ଚଳକୁ ଆସି ମାଛ ଧରୁଥିବା ଜଣାପଡିବା ପରେ ବିଏସଏଫ ଜବାନମାନେ ଉକ୍ତ ଅଞ୍ଚଳରେ ପାଟ୍ରେଲିଂ ଆରମ୍ଭ କରିଥିଲେ। ତେବେ ଜବାନମାନଙ୍କୁ ଦେଖି ପାକିସ୍ତାନୀ ଧୀବରମାନେ ଡଙ୍ଗା ଛାଡି ଚାଲିଯାଇଥିଲେ।

ସେମାନେ ପ୍ରକୃତ ଧିବର ନା ଆଉ କିଏ ତାହାର ତଦନ୍ତ ଜାରି ରହିଛି। ତେବେ ଯେଉଁ ଡଙ୍ଗାଗୁଡ଼ିକ ଜବତ ହୋଇଛି ସେଥିରେ କୌଣସି ପ୍ରକାର ସନ୍ଦେହଜନକ ପଦାର୍ଥ ନାହିଁ। କେବଳ ମାଛ ଓ ମାଛଧରା ସାମଗ୍ରୀ ରହିଛି। ତେଣୁ ସେମାନେ କେବଳ ଧୀବର ବୋଲି ଅନୁମାନ କରାଯାଉଛି ତଥାପି ତଦନ୍ତ ଜାରି ରହିଛି। ଗତ ଏପି୍ରଲ ୪ ତାରିଖରେ ବି ଉକ୍ତ ଅଞ୍ଚଳରୁ ଗୋଟିଏ ପାକିସ୍ତାନୀ ମାଛଧରା ଡଙ୍ଗା ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe