ବିଏସ୍‌ଏଫ୍‌ ଯବାନ୍‌ ସହିଦ

Advertisment

ଗ୍ରେନେଡ୍‌ ବିସ୍ଫୋରଣରେ ୮ ପୁଲିସ ଆହତ

ଗ୍ରେନେଡ୍‌ ବିସ୍ଫୋରଣରେ ୮ ପୁଲିସ ଆହତ

ବିଏସ୍‌ଏଫ୍‌ ଯବାନ୍‌ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଳଂଘନ ଜାରି ରଖିଥିବାବେଳେ ସୁନ୍ଦରବନୀ ସେକ୍ଟରରେ ଜଣେ ବିଏସ୍‌ଏଫ୍‌ ଯବାନ୍‌ ସହିଦ ହୋଇଛନ୍ତି। ସେ ଲାନ୍ସ ନାଏକ ସାମ୍‌ ଆବ୍ରାହାମ୍‌ ବୋଲି ଜଣାଯାଇଛି। ଅପରପକ୍ଷେ, ଦକ୍ଷିଣ କଶ୍ମୀରର ପୁଲ୍‌ଓ୍ଵାମାରେ ଆଜି ଆତଙ୍କବାଦୀଙ୍କ ଗ୍ରେନେଡ୍‌ ବିସ୍ଫୋରଣରେ ୮ ଜଣ ପୁଲିସ କର୍ମଚାରୀ ଆହତ ହେବା ସହ ଅନେକ ବେସରକାରୀ ଗାଡ଼ିମୋଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିିଛି। ତେବେ କିଛି ସ୍ଥାନୀୟ ଯୁବକ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ମାଡ଼ କରିବା ଦ୍ୱାରା ବାଧା ଉପୁଜିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe