ବିଏସଏଫ୍‌ ଯବାନ ହତ୍ୟା ମାମଲା: ବିଜିବି ବିରୋଧରେ ଏଫ୍‌ଆ‌ଇଆର୍‌ ରୁଜୁ

ଯୁଦ୍ଧରେ ଆହତ ସେନା କର୍ମଚାରୀଙ୍କ ଆର୍ଥିକ ସହା‌ୟତା ବଢ଼ାଇଲେ କେନ୍ଦ୍ର ସରକାର, ୨ ଲକ୍ଷରୁ ବଢ଼ି ୮ ଲକ୍ଷ ଟଙ୍କା ହେଲା

NDTV

କୋଲକାତ: ଚଳିତ ସପ୍ତାହରେ ବିଜିବି (ବର୍ଡର ଗାର୍ଡ ବାଂଲାଦେଶ) ସୈନିକଙ୍କ ଦ୍ବାରା ଜଣେ ବିଏସଏଫ୍‌ ଯବାନଙ୍କୁ ହତ୍ୟା କରାଯାଇଥିବା ମାମଲାରେ ଆଜି ବିଏସଏଫ୍‌ ବିଜିବି ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ଗତ ଗୁରୁବାର ଦିନ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଫ୍ଲାଗ୍‌ ବୈଠକ ଚାଲିଥିବାବେଳେ ଜଣେ ବିଜିବି ‌ସୈନିକ ତାଙ୍କ ଏକେ-୪୭ ବନ୍ଧୁକରୁ ଗୁଳି ଫୁଟାଇଥିଲେ। ଫଳରେ ଗୁଳିମାଡ଼ର ଶିକାର ହୋଇ ବିଏସଏଫ୍‌ ମୁଖ୍ୟ କନେଷ୍ଟବଳ ବିଜୟ ଭାନ ସିଂହ ସହିଦ ହୋଇଯାଇଥିଲେ ଏବଂ ଅନ୍ୟ ଜଣେ ଯବାନ ରାଜବୀର ଯାଦବ ଆହତ ହୋଇଥିଲେ। ବାଂଲାଦେଶ ଗୃହ ମନ୍ତ୍ରୀ ଅସାଦୁଜ୍ଜାମାନ୍‌ ଖାନ୍‌ କହିଛନ୍ତି, ଉକ୍ତ ଘଟଣା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe