୧୭ ବର୍ଷ ପରେ ଲାଭ କଲା ବିଏସଏନଏଲ୍

ଚଳିତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସ ପାଇଁ ବିଏସଏନଏଲ୍ ପକ୍ଷରୁ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କମ୍ପାନି ପ୍ରାୟ ୧୭ ବର୍ଷ ପରେ ଲାଭ ହାସଲ କରିଛି।

କର୍ମଚାରୀ ଖର୍ଚ୍ଚ କମାଇବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଏକ ସମୟ ଥିଲା ଯେତେବେଳେ କୁହାଯାଇଥିଲା ଯେ ବିଏସଏନଏଲ ଏବେ ତିଷ୍ଠିବା କଷ୍ଟ । ଏହି କମ୍ପାନି କ୍ରମାଗତ ଭାବେ କ୍ଷତି ସହ ତିଷ୍ଠି ରହିବାକୁ ସଂଘର୍ଷ କରୁଥିଲା। ତାହା ମଧ୍ୟ ୧-୨ ବର୍ଷ ନୁହେଁ ବରଂ ୨୦୦୭ ରୁ ଏପର୍ଯ୍ୟନ୍ତ ପ୍ରାୟ ୧୭ ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲୁଥିଲା । ଏପରିକି ଏହାକୁ ଘରୋଇକରଣ କରାଯିବ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସ ପାଇଁ କଂପାନି ପକ୍ଷରୁ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍ ) ପ୍ରାୟ ୧୭ ବର୍ଷ ପରେ ଲାଭ ହାସଲ କରିଛି।

ଡିସେମ୍ବର ତ୍ରୟମାସରେ କମ୍ପାନୀ ୨୬୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଏବଂ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ବିଏସଏନଏଲ ପାଇଁ ଏକ "ଟର୍ଣ୍ଣିଂ ପଏଣ୍ଟ" ବୋଲି କହିଛନ୍ତି ଏବଂ ଏହା କମ୍ପାନୀର ସମ୍ପ୍ରସାରଣ ଏବଂ ସେବା ଉନ୍ନତିର ପରିଣାମ ବୋଲି କହିଛନ୍ତି । ବିଏସଏନଏଲର ଗତିଶୀଳତା, ଫାଇବର-ଟୁ-ହୋମ୍ (ଏଫ୍ଟିଟିଏଚ୍) ଏବଂ ଲିଜ୍ ଲାଇନ୍ ସେବାରେ ୧୪-୧୮% ଅଭିବୃଦ୍ଧି ରେକର୍ଡ କରାଯାଇଛି। ସିନ୍ଧିଆଙ୍କ କହିବା ଅନୁଯାୟୀ, ଜୁନ୍ ରେ କଂପାନିର ଗ୍ରାହକ ସଂଖ୍ୟା ୮.୪ କୋଟି ଥିବା ବେଳେ ଡିସେମ୍ବରରେ ଏହା ୯ କୋଟିକୁ ବୃଦ୍ଧି ପାଇଛି। ସେ କହିଛନ୍ତି, ବିଏସଏନଏଲ ୧୭ ବର୍ଷ ପରେ ତ୍ରୈମାସିକ ଭିତ୍ତିରେ ଲାଭ ହାସଲ କରିଛି। ଶେଷ ଥର ପାଇଁ କମ୍ପାନୀ ୨୦୦୭ରେ ତ୍ରୈମାସିକ ଲାଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe