Hindustan
ନୂଆଦିଲ୍ଲୀ: ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ୭୮,୫୬୯ ଜଣ କର୍ମଚାରୀ ସେମାନଙ୍କର ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଏସ୍ଏନ୍ଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି କେ ପୁରଓ୍ଵାର। ଏଥିସହ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିବା ଅଧିକାଂଶ କର୍ମଚାରୀଙ୍କ ଆବେଦନକୁ ମଧ୍ୟ ଗ୍ରହଣ କରି ନିଆଯାଇଛି। ୨୦୨୦ ଜାନୁଆରି ୩୧ ତାରିଖ ଠାରୁ ଏହି କର୍ମଚାରୀମାନେ ଅବସର ନେଇଗଲେ ନିଗମର ବାର୍ଷିକ ପ୍ରାୟ ୧,୩୦୦ କୋଟି ଟଙ୍କାର ସଞ୍ଚୟ ହେବ ବୋଲି କହିଛନ୍ତି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି କେ ପୁରଓ୍ଵାର।
Hindustanସେହିପରି ବିଏସ୍ଏନ୍ଏଲ୍ ବ୍ୟତୀତ ମହାନଗର ଟେଲିଫୋନ୍ ନିଗମ ଲମିଟେଡ୍ (ଏମ୍ଟିଏନ୍ଏଲ୍)ର ମଧ୍ୟ ୧୪,୩୦୦ ଜଣ କର୍ମଚାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିବା ସେ ସୂଚନା ଦେଇଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତ ସଞ୍ଚାର ନିଗମ ଲିମିଟେଡ୍ ଓ ମହାନଗର ଟେଲିଫୋନ୍ ନିଗମ ଲମିଟେଡ୍ ପୂର୍ବରୁ ଦୁଇଟି ସଂସ୍ଥା ଥିଲା। ଏକ ସମୟରେ ପ୍ରଚୁର ଆର୍ଥିକ ଲାଭ କରୁଥିବା ଏହି ଦୁଇଟି ସଂସ୍ଥା ଏବେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାପରେ ସରକାର ଏବେ ଏହି ଦୁଇ ସଂସ୍ଥାର ମିଶ୍ରଣ ଘଟାଇ ଏହାକୁ ଗୋଟିଏ ସଂସ୍ଥାରେ ପରିଣତ କରିଦେବେ ବୋଲି ଘୋଷଣା କରିଛନ୍ତି।
Follow Us