ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲାଗିବ ବିଏସଏନଏଲର ୪୦୦୦ ନୂତନ ମୋବାଇଲ୍ ଟାୱାର

Advertisment

ଦୂରସଂଚାର ଏବଂ ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ଛତିଶଗଡ଼ଗସ୍ତ ସମୟରେ ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ୪,୦୦୦ ନୂତନ ବିଏସଏନଏଲ ଟାୱାର ସ୍ଥାପନ କରାଯିବ।

ଦୂରସଂଚାର ଏବଂ ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ଛତିଶଗଡ଼ଗସ୍ତ ସମୟରେ ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ୪,୦୦୦ ନୂତନ ବିଏସଏନଏଲ ଟାୱାର ସ୍ଥାପନ କରାଯିବ।

e6024063-89f1-458f-8841-88f1c2ba683a

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡିଜିଟାଲ୍ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ୪,୦୦୦ ନୂତନ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଟାୱାର ସ୍ଥାପନ କରିବା ଯୋଜନାରେ କାମ କରୁଛନ୍ତି। 

ଦୂରସଂଚାର ଏବଂ ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ତିନି ଦିନିଆ ଛତିଶଗଡ଼ଗସ୍ତ ସମୟରେ ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ୪,୦୦୦ ନୂତନ ବିଏସଏନଏଲ ଟାୱାର ସ୍ଥାପନ କରାଯିବାର ଯୋଜନା ଚାଲିଥିବାର ସୂଚନା ଦେଇ କହିଛନ୍ତି,‘ସୁରକ୍ଷା ବାହିନୀ ଏବଂ ବନ ବିଭାଗଠାରୁ ଆବଶ୍ୟକୀୟ ଅନୁମୋଦନ ପାଇବା ପରେ, ଏହି ଟାୱାରଗୁଡ଼ିକୁ ପର୍ଯ୍ୟାୟକ୍ରମେ ସ୍ଥାପନ କରାଯିବ।

ବିଏସଏନଏଲ ସାରା ଦେଶରେ ଉଚ୍ଚମାନର ୪ଜି ସେବା ପ୍ରଦାନ କରୁଛି। ଏହି ସମ୍ପ୍ରସାରଣ ହେତୁ ଆମେ ଦେଶର ଦୁର୍ଗମ ଗ୍ରାମଗୁଡ଼ିକୁ ଡିଜିଟାଲ୍ ସଂଯୋଗ ପ୍ରଦାନ କରିବାର ମିଶନକୁ ସାକାର କରି ପାରୁଛୁ।'ମିଶନ ମୋଡ୍'ରେ ବିକାଶ କାର୍ଯ୍ୟ ଚାଲିଛି। ସ୍କୁଲଗୁଡ଼ିକୁ ଡିଜିଟାଲ୍ କରାଯାଉଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଜେଇଇ ଏବଂ ନିଟ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭଲ ଭାବରେ ପ୍ରସ୍ତୁତ କରିବାକୁ ସକ୍ଷମ କରିବ। ଏହା ବ୍ୟତୀତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe