ସିଏଏକୁ ସମର୍ଥନ କରିବାରୁ ଦଳର ବିଧାୟକଙ୍କୁ ନିଲମ୍ବିତ କଲେ ବିଏସ୍‌ପି ସୁପ୍ରିମୋ ମାୟାବତୀ

Advertisment
ମାୟାବତୀଙ୍କ ଦଳରେ ବିଦ୍ରୋହ, ବସପା ରାଜ୍ୟସଭା ପ୍ରାର୍ଥୀଙ୍କଠାରୁ ସମର୍ଥନ ପ୍ରତ୍ୟାହାର କଲେ ୬ ବିଧାୟକ

BBC

ନୂଆଦିଲ୍ଳୀ: ନୂଆ ନାଗରିକତା ଆଇନ୍‌(ସିଏଏ)କୁ ସମର୍ଥନ କରିବା କାରଣରୁ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ଦଳର ଜଣେ ବିଧାୟକ ରାମବାଇ ପରିହାରଙ୍କୁ ନିଲମ୍ବିତ କରିଛନ୍ତି।

ଏକ ଟ୍ବିଟ୍‌ କରି ମୟାବତୀ କହିଛନ୍ତି, ‘ବିବାଦୀୟ ସିଏଏକୁ ସମର୍ଥନ କରୁଥିବାରୁ ଦଳ ମଧ୍ୟପ୍ରଦେଶ ବିଧାୟକ ରାମବାଇ ପରିହାରଙ୍କୁ ନିଲମ୍ବିତ କରିିିଛି।’

ସେ ଆହୁରି ବି କହିଛନ୍ତି ଯେ ‘ବିଏସ୍‌ପି ଏକ ଶୃଙ୍ଖଳିତ ଦଳ। ଯଦି ଏହି ଦଳର କ‌ୌଣସି ବିଧାୟକ କିମ୍ବା ସାଂସଦ ଦଳର ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

publive-image Wikipedia

ବିଧାୟକ ପରିହରଙ୍କୁ ଦଳରୁ ନିଲମ୍ବିତ କରାଯିବା ସହ ସେ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଆପଣ ଜାଣିରଖନ୍ତୁ ଯେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ  ଥିବା ପଟହରିଆ ନିର୍ବାଚନ ମଣ୍ଡଳୀର ଏହି ବିଧାୟକ ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ଜୋର୍‌ ପ୍ରଶଂସା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଉଲ୍ଳେଖଯୋଗ୍ୟ, ନାଗରିକତା ସଂଶୋଧନ ବିଲ୍‌, ୨୦୧୯କୁ ଡିସେମ୍ବର ୩୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମତି ଦେବା ପରେ ଏହା ଆଇନ୍‌ରେ ପରିଣତ ହୋଇଛି।

ସେବେଠାରୁ ଦେଶର ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ପୂର୍ବରୁ ବିଏସ୍‌ପି ସିଏଏକୁ ଅସାମ୍ବିଧାନିକ ବୋଲି ବୟାନ ଦେଇ ବିବାଦର ପରିସରଭୁକ୍ତ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe