ରାଜସ୍ଥାନରେ ୨ ବିଏସ୍‌ପି ନେତା ହଟହଟା: ଜୋତାମାଳ ପିନ୍ଧାଇ ପରେଡ୍‌ କରାଇଲେ କର୍ମୀ

କଂଗ୍ରେସକୁ ଦାୟୀ କଲେ ମାୟାବତୀ

ରାଜସ୍ଥାନରେ ୨ ବିଏସ୍‌ପି ନେତା ହଟହଟା: ଜୋତାମାଳ ପିନ୍ଧାଇ ପରେଡ୍‌ କରାଇଲେ କର୍ମୀ

ଜୟପୁର : ରାଜସ୍ଥାନରେ ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଏବଂ ସେମାନଙ୍କ ମୁହଁରେ କଳା ବୋଳି ପାର୍ଟି ଅଫିସ୍‌ ବାହାରେ ପରେଡ୍‌ କରାଯାଇଛି। ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ଟିକେଟ୍‌ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି କିଛି ବିଏସ୍‌ପି କର୍ମୀ ୨ ବିଏସ୍‌ପି ନେତା ରାମ୍‌ଜୀ ଗୌତମ (ଜାତୀୟ ସଂଯୋଜକ) ଏବଂ ଦଳର ପୂର୍ବତନ ରାଜ୍ୟ ବିଭାଗ ମୁଖ୍ୟ ସୀତାରାମଙ୍କୁ ଜୋତାମାଳ ପିନ୍ଧାଇବା ସହ ସେମାନଙ୍କ ମୁହଁରେ କଳା ବୋଲି ପାର୍ଟି ଅଫିସ୍‌ ବାହାରେ ପରେଡ୍‌ କରାଇଥିଲେ।

publive-image

କର୍ମୀମାନେ ମଧ୍ୟ ରାମ୍‌ଜୀ ଗୌତମଙ୍କୁ ଏକ ଗଧ ଉପରେ ବସାଇ ପାର୍ଟି ଅଫିସ୍‌ ବାହାରେ ପରେଡ୍‌ କରାଇଥିଲେ। ଜଣେ ବିଏସ୍‌ପି କର୍ମୀ କହିଛନ୍ତି, ଆମ କର୍ମୀମାନେ ଲଗାତାର ୫ ବର୍ଷ ଧରି ପରିଶ୍ରମ କରିବେ କିନ୍ତୁ ଶେଷରେ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀମାନଙ୍କୁ ଟିକେଟ୍‌ ମିଳିବ। ଏସଂକ୍ରାନ୍ତ‌‌ରେ ଆମେ ପୂର୍ବରୁ ମଧ୍ୟ ୩ ଥର ବିଦ୍ରୋହ ପ୍ରଦର୍ଶନ କରିଥିଲୁ। କିନ୍ତୁ ନେତାମାନେ ଆମ ଦୁଃଖ ସଂକ୍ରାନ୍ତରେ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ କିଛି ଅବଗତ ନକରିବାରୁ ଆମେ ଏଭଳି ପଦକ୍ଷେପ ନେଇଛୁ ବୋଲି କର୍ମୀ ଜଣଙ୍କ କହିଛନ୍ତି। ଏଭଳି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ମାୟାବତୀ କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣା ପାଇଁ ମାୟାବତୀ କଂଗ୍ରେସକୁ ଦାୟୀ କରିଛନ୍ତି। ଉକ୍ତ ଘଟଣା ପରେ ମାୟାବତୀ ବିଏସ୍‌ପିର ରାଜ୍ୟ କମିଟିକୁ ଭାଙ୍ଗି ଦେଇଛନ୍ତି ଏବଂ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଏକ ଟ୍ବିଟ୍‌ କରି ମାୟାବତୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ପ୍ରଥମେ ଘୋଡ଼ା ବେପାର କରୁଥିଲା କିନ୍ତୁ ଏବେ ଏହା ରାଜସ୍ଥାନରେ ବିଏସ୍‌ପି ନେତାଙ୍କୁ ଆକ୍ରମଣ କରିବାରେ ସମ୍ପୃକ୍ତ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe