‘ଏନ୍‌ଡିଏ’ର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ମାୟାବତୀଙ୍କ ‘ବିଏସ୍‌ପି’

‘ଏନ୍‌ଡିଏ’ର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ମାୟାବତୀଙ୍କ ‘ବିଏସ୍‌ପି’

Image Courtesy of Zee News

ଲକ୍ଷ୍ନୌ: ଉପରାଷ୍ଟ୍ରପତି ନିର୍ବାଚନରେ ‘ଏନ୍‌ଡିଏ’ର ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ‘ବହୁଜନ ସମାଜ ପାଟି’ ସମର୍ଥନ କରିବ ବୋଲି ଦଳର ମୁଖ୍ୟ ମାୟାବତୀ ଆଜି ଘୋଷଣା କରିଛନ୍ତି।

ଏ ସଂକ୍ରାନ୍ତରେ ହିନ୍ଦୀ ଭାଷାରେ ଟୁଇଟ୍‌ କରି ମାୟାବତୀ ଲେଖିଛନ୍ତି, ସରକାର ଏବଂ ବିରୋଧୀମାନଙ୍କ ମଧ୍ୟରେ ଅସହମତି କାରଣରୁ ଶେଷରେ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ହେଲା ବୋଲି ସମସ୍ତେ ଜାଣନ୍ତି। ଏବେ ସମାନ ପରିସ୍ଥିତି ଯୋଗୁଁ ଅଗଷ୍ଟ ୬ ତାରିଖରେ ମଧ୍ୟ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ହେବା।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଜନସାଧାରଣଙ୍କ ସାଧାରଣ ସ୍ବାର୍ଥ ଏବଂ ନିଜସ୍ବ ପରିବର୍ତ୍ତନ କାରଣରୁ ଉପରାଷ୍ଟ୍ରପତି ପଦବୀ ପାଇଁ ହେଉଥିବା ନିର୍ବାଚନରେ ‘ବିଏସ୍‌ପି’ ଜଗଦୀପ ଧନଖ‌ଡ଼ଙ୍କୁ ଭୋଟ୍‌ ଦେବ ବୋଲି ମୁଁ ଆଜି ଔପଚାରିକ ଭାବେ ଘୋଷଣା କରୁଛି।

publive-image Image Courtesy of F10 News

ସୂଚନାଯୋଗ୍ୟ, ‘ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌’ (ଏନ୍‌ଡିଏ) ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରାଇଥିବା ବେଳେ ମିଳିତ ବିରୋଧୀ ଦଳ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ତାଙ୍କ ବିପକ୍ଷରେ ଠିଆ କରିଛି।

ଓକିଲାତି କରୁଥିବା ଧନଖଡ଼ ୧୯୮୯ରେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ୨୦୧୯ ଜୁଲାଇରେ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ହେବା ସହ ମମତା ବାନାର୍ଜୀଙ୍କ ସରକାର ସହ ମତଭେଦ କାରଣରୁ ଚର୍ଚ୍ଚିତ ହୋଇଥିଲେ।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶର ଉପରାଷ୍ଟ୍ରପତି ଥିବା ଏମ୍‌. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe