ଗୃହମନ୍ତ୍ରୀଙ୍କ ବୟାନ ପରେ ଆନ୍ଦୋଳନ କରାଯିବ ବୋଲି କହିଲେ ମାୟାବତୀ

ଆମ୍ବେଦକରଙ୍କୁ ନେଇ ସଂସଦରେ ଗୃହମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନକୁ ନେଇ ବିରୋଧୀ ସରକାରକୁ ଘେରୁଥିବା ବେଳେ, ଏବେ ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସାରା ଦେଶରେ ଏହାକୁ ନେଇ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛନ୍ତି ।

 The Hindu

ନୂଆଦିଲ୍ଳୀ: ଆମ୍ବେଦକରଙ୍କୁ ନେଇ ସଂସଦରେ ଗୃହମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନକୁ ନେଇ ତେଜିଛି ରାଜନୀତି । ଗୋଟିଏ ପଟେ ଏହାକୁ ନେଇ ବିରୋଧୀ ସରକାରକୁ ଘେରୁଥିବା ବେଳେ, ଏବେ ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସାରା ଦେଶରେ ଏହାକୁ ନେଇ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛନ୍ତି ।

ମାୟାବତୀ ଏକ ବୟାନ ଜାରି କରି କହିଛନ୍ତି ଯେ, ଦେଶର ଦଳିତ, ବଞ୍ଚିତ ଓ ଅନ୍ୟ ଉପେକ୍ଷିତ ଶ୍ରେଣୀର ଲୋକମାନଙ୍କ ହକ୍ ପାଇଁ ସମ୍ବିଧାନର ରଚନା କରିଥିବା ବାବା ସାହେବ ଆମ୍ବେଦକର ଭଗବାନଙ୍କ ଭଳି ପରମ ପୂଜନୀୟ । ଅମିତ ଶାହ ତାଙ୍କ ପ୍ରତି ଦେଇଥିବା ବୟାନ ଅନେକ ଲୋକଙ୍କ ମନରେ କଷ୍ଟ ଦେଇଛି । ଏଭଳି ମହାପୁରୁଷଙ୍କୁ ନେଇ ସଂସଦରେ କୁହାଯାଇଥିବା ଶବ୍ଦ ଦେଶର ସବୁ ବର୍ଗର ସମାଜକୁ କଷ୍ଟ ଦେଇଛି ବୋଲି ମାୟାବତୀ କହିଛନ୍ତି । ଏଥିପାଇଁ ସେ ଏହି କଥାକୁ ଫେରାଇ ନେବାକୁ ଦାବି କରିଛନ୍ତି । ନଚେତ୍ ସାରା ଦେଶରେ ବିଏସପି ତରଫରୁ ଆନ୍ଦୋଳନ କରାଯିବ ବୋଲି ମାୟାବତୀ କହିଛନ୍ତି ।

ସେ କହିଛନ୍ତି ଯେ, ଯଦି ତାଙ୍କର ଦାବି ପୂରଣ ନହୁଏ, ତେବେ ଆସନ୍ତା ଡିସେମ୍ବର ୨୪ ତାରିଖରେ ସାରା ଦେଶବ୍ୟାପୀ ଆନ୍ଦୋଳନ କରାଯିବ । ଏହି ଦିନ ସବୁ ଜିଲ୍ଲା ମୁଖ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯିବ ବୋଲି ମାୟାବତୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆମ୍ବେଦକର ପ୍ରସଙ୍ଗରେ ଗଲା କିଛି ଦିନ ଧରି ସଂସଦ ହୁଲୁସ୍ତୁଲ ହେଇଥିଲା । ଏମିତି କି ଏହି ଘଟଣାକୁ ନେଇ ଶାସକ-ବିରୋଧୀ ମଧ୍ୟ ମୁହାଁମୁହିଁ ହେଇଥିଲେ । ଯେଉଁଥିରେ ଠେଲାପେଲା ହେବାରୁ ଦୁଇ ବିଜେପି ସାଂସଦ ମଧ୍ୟ ଆହତ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe