Advertisment

ପଡ଼ୋଶୀଙ୍କ ଆକ୍ରମଣରେ ନିଜର ଦୁଇ ପିଲାଙ୍କୁ ହରାଇଥିବା ମା’ ହତ୍ୟା ସମୟର ଘଟଣାକୁ ବଖାଣିଲା

Advertisment
ପଡ଼ୋଶୀଙ୍କ ଆକ୍ରମଣରେ ନିଜର ଦୁଇ ପିଲାଙ୍କୁ ହରାଇଥିବା ମା’ ହତ୍ୟା ସମୟର ଘଟଣାକୁ ବଖାଣିଲା

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲା ମୁଖ୍ୟାଳୟର ସିଭିଲ ଲାଇନ୍ସ ଥାନା ବାବା କଲୋନିରେ ମଙ୍ଗଳବାର ପଡ଼ୋଶୀ ଘରେ ପଶି ୨ ପିଲାଙ୍କୁ ଗଳାକାଟି ହତ୍ୟା କରାଯିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସାଜିଦ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅଭିଯୁକ୍ତ ପୁଲିସ୍ ଉପରକୁ ଗୁଳିଚାଳନା କରିଥିଲା। ପୁଲିସର ପାଲଟା ଗୁଳିଚାଳନାରେ ହତ୍ୟାକାରୀ ସାଜିଦର ଜୀବନ ଯାଇଥିବା ଜଣାପଡ଼ିଛି।

ମୃତ ଦୁଇଶିଶୁଙ୍କ ମା’ ସଙ୍ଗୀତା କହିଛନ୍ତି, ‘ସୋମବାର ସନ୍ଧ୍ୟାରେ ସାଜିଦ ଦୋକାନ ବନ୍ଦ କରି ଆମ ଘରକୁ ଆସିଥିଲା। ଏହାପରେ ସେ କହିଥିଲା ଭାଉଜ ମୋ ସ୍ତ୍ରୀର ଦେହ ଭଲ ନାହିଁ ମୋତେ ୫ହଜାର ଟଙ୍କା ଆବଶ୍ୟକ ଅଛି। ମୁଁ ପିଲାଙ୍କ ବାପାଙ୍କୁ ପଚାରି ସାଜିଦକୁ ଟଙ୍କା ଦେଇ ଦେଇଥିଲି।

ଏହାପରେ ମୁଁ ତାକୁ ଚା’ ପିଇବାକୁ ଦେଇଥିଲି। ସେ ଚା’ ପିଇ ମୋର ଦୁଇପିଲାଙ୍କୁ ନେଇ ଛାତ ଉପରକୁ ଯାଇଥିଲା। ଆଉ ଦୁଇପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ସାଜିଦ ସହିତ ଆମର କୌଣସି ଶତ୍ରୁତା ନାହିଁ । ସେ ଏପରି କାହିଁକି କଲା ମୁଁ ଜାଣି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe