ବଜେଟ୍‌ ୨୦୨୨-୨୩: ଇଲେକ୍ଟ୍ରିକ୍ ଯାନ ପାଇଁ ବ୍ୟାଟେରି ସ୍ବାପିଂ ନୀତି, ଅକ୍ଟୋବରରୁ ବିନା ବ୍ଲେଣ୍ଡିଂ ପେଟ୍ରୋଲ୍‌ରେ ଟିକସ

Advertisment

ଡିଜିଟାଲ୍ ସମ୍ପତ୍ତିରେ ୩୦% ଟିକସ

ଡିଜିଟାଲ୍ ସମ୍ପତ୍ତିରେ ୩୦% ଟିକସ

ବଜେଟ୍‌ ୨୦୨୨-୨୩: ଇଲେକ୍ଟ୍ରିକ୍ ଯାନ ପାଇଁ ବ୍ୟାଟେରି ସ୍ବାପିଂ ନୀତି, ଅକ୍ଟୋବରରୁ ବିନା ବ୍ଲେଣ୍ଡିଂ ପେଟ୍ରୋଲ୍‌ରେ ଟିକସ

Electrek

ଇଲେକ୍ଟ୍ରିକ୍ ଯାନ ପାଇଁ ବ୍ୟାଟେରି ସ୍ବାପିଂ ନୀତି
ଦେଶରେ ଇଲେକ୍ଟ୍ରିକ୍ ଯାନର ବିକ୍ରି ଓ ଗ୍ରହଣୀୟତା ବଢ଼ାଇବା ଲାଗି ବଜେଟ୍‌ରେ ବ୍ୟାଟେରି ସ୍ବାପିଂ ନୀତି ଘୋଷଣା କରାଯାଇଛି। ଇଲେକ୍ଟ୍ରିକ୍ ଗାଡ଼ି ଦାମ୍‌ର ଏକ ବଡ଼ ଭାଗ ହେଉଛି ବ୍ୟାଟେରି ମୂଲ୍ୟ। ଏହାର ଦାମ୍ କୌଣସି ପ୍ରକାରରେ ନିୟନ୍ତ୍ରଣରେ ରହିଲେ ଗାଡ଼ି ଦାମ୍ ହ୍ରାସ ପାଇବ ବୋଲି କୁହାଯାଉଛି। ବର୍ତ୍ତମାନ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ଲାଗି ସହରରେ ସ୍ଥାନ ଅଭାବ ରହିଥିବାରୁ ବ୍ୟାଟେରି ସ୍ବାପିଂ ଉପରେ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି। ବ୍ୟାଟେରି ଓ ଶକ୍ତି ସଂରକ୍ଷଣ ଲାଗି ଅଭିନବ ମଡେଲ୍ ବିକଶିତ କରିବାକୁ କଂପାନିଗୁଡ଼ିକୁ ସରକାର ବଜେଟ୍‌ରେ ଆହ୍ବାନ ଦେଇଛନ୍ତି। ବ୍ୟାଟେରି ସ୍ବାପିଂ ଷ୍ଟେସନରେ ଇଲେକ୍ଟ୍ରିକ୍ ଗାଡ଼ି ଚାଳକମାନେ ନିଜର ଚାର୍ଜ ଶେଷ ହୋଇଯାଇଥିବା ବ୍ୟାଟେରିକୁ ବଦଳାଇ ଫୁଲ୍ ଚାର୍ଜ ଥିବା ବ୍ୟାଟେରି ନେଇପାରିବେ। ତାଙ୍କୁ ବ୍ୟାଟେରି ଚାର୍ଜ କରିବା ଲାଗି ଅପେକ୍ଷା କରିବାକୁ ପଡ଼ିବନି। ବ୍ୟାଟେରି ସ୍ବାପିଂ କ୍ଷେତ୍ରରେ ନିବେଶ କରିଥିବା ସଂସ୍ଥାଗୁଡ଼ିକ ଏହା ଦ୍ବାରା ଉପକୃତ ହେବେ।

publive-image
The Hans India

ଅକ୍ଟୋବରରୁ ବିନା ବ୍ଲେଣ୍ଡିଂ ପେଟ୍ରୋଲ୍‌ରେ ଟିକସ
ବଜେଟ୍‌ରେ ପେଟ୍ରୋଲ୍ ସମ୍ପର୍କରେ ସ୍ବତନ୍ତ୍ର ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଚଳିତ ବର୍ଷ ଅକ୍ଟୋବରରୁ ବିନା ବ୍ଲେଣ୍ଡିଂର ଇନ୍ଧନ ଉପରେ ଲିଟର ପିଛା ୨ ଟଙ୍କାର ଉତ୍ପାଦ ଶୁଳ୍କ ଲଗାଯିବ। ଅର୍ଥାତ ଅକ୍ଟୋବର ପରଠାରୁ ବ୍ରାଣ୍ଡେଡ୍‌ ଡିଜେଲ୍ ଓ ପେଟ୍ରୋଲ୍ ପାଇଁ ଲିଟର ପିଛା ଅତିରିକ୍ତ ୨ ଟଙ୍କା ଗଣିବାକୁ ହେବ। ତେବେ ଇନ୍ଧନରେ ମିଶ୍ରଣ ଦ୍ବାରା ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଆଖୁରୁ ଇଥାନଲ୍ ପ୍ରସ୍ତୁତ କରାଯାଉଛି। ଆଖୁ ଚାଷୀମାନେ ପେଟ୍ରୋଲ୍‌ରେ ମିଶାଇବା ଲାଗି ଇଥାନଲ୍ ଯୋଗାଇ ଉପକୃତ ହୋଇପାରିବେ। ଇଥାନଲ ମିଶାଇବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି‌ ତୈଳ ଆମଦାନି ଉପରୁ ନିର୍ଭରଶୀଳତା କମ୍ କରିବା। ଅଙ୍ଗାରକାମ୍ଳ ନିର୍ଗମନ କମ୍ କରିବା ଏବଂ ତୈଳ ଆମଦାନି ନିର୍ଭରଶୀଳତା ହ୍ରାସ କରିବା ଲାଗି ୨୦୩୦ ସୁଦ୍ଧା ପେଟ୍ରୋଲ୍‌ରେ ୨୦% ପର୍ଯ୍ୟନ୍ତ ଇଥାନଲ୍ ମିଶାଇବା ଲାଗି ମଞ୍ଜୁରି ପ୍ରଦାନ କରାଯାଇଛି।

ଡିଜିଟାଲ୍ ସମ୍ପତ୍ତିରେ ୩୦% ଟିକସ
‌ବଜେଟ୍‌ରେ ସବୁ ପ୍ରକାର ଡିଜିଟାଲ୍ ସମ୍ପତ୍ତିରୁ ହେଉଥିବା ଆୟ ଉପରେ ୩୦% ଭଳି ଚଢ଼ା ଟିକସ ଲାଗୁ କରାଯାଇଛି। କ୍ରିପ୍ଟୋକରେନ୍ସିଗୁଡ଼ିକୁ ଡିଜିଟାଲ୍ ସମ୍ପତ୍ତି ଭାବେ ବିଚାର କରାଯିବ। ଏଭଳି ସମ୍ପତ୍ତିର ଆୟ ହିସାବ ବେଳେ କୌଣସି ଛାଡ଼ କିମ୍ବା କାଟ ସୁବିଧା ମିଳିବନି। ଡିଜିଟାଲ୍ ସମ୍ପତ୍ତିର ଉପହାର ଉପରେ ମଧ୍ୟ ଟିକସ ଲାଗିବ। ସବୁ ପ୍ରକାର ଡିଜିଟାଲ୍ ସମ୍ପତ୍ତି ଉପରେ ୧% ଟିଡିଏସ୍ କଟାଯିବ। ତେବେ ରିଜର୍ଭ ବ୍ୟାଙ୍କ ଜାରି କରିବାକୁ ଥିବା ଡିଜିଟାଲ୍ ମୁଦ୍ରା କାରବାରରେ ଟିକସ ଲାଗିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe