ପରିବେଶର ସୁରକ୍ଷା ଲାଗି କେନ୍ଦ୍ର ବଜେଟରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisment
ଲୋକସଭାରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ଉପସ୍ଥାପିତ, ଜିଡିପି ଅଭିବୃଦ୍ଧି ୮ ରୁ ୮.୫% ରହିବା ଆକଳନ

The Print

ନୂଆଦିଲ୍ଲୀ: ସଂସଦରେ ୨୦୨୦-୨୧ ସାଧାରଣ ବଜେଟ୍ ବଜେଟରେ ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଶୁଦ୍ଧ  ବାୟୁ କେବଳ ବଡ଼ ସହରର ସମସ୍ୟା ନୁହେଁ। ପ୍ରତ୍ୟେକ ରାଜ୍ୟରେ ନିର୍ମଳ ବାୟୁ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହନ ଦିଆଯିବା।

ଏହି ଯୋଜନା ଅଧିନରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସହର ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପ୍ୟାରିସ୍ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଭାରତ ପକ୍ଷରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ୨୦୨୧ ଜାନୁଆରି ୧ ତାରିଖରୁ ସ୍ବତନ୍ତ୍ର ଯୋଜନାର ଶୁଭାରମ୍ଭ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

publive-image Image Source: India Today

ପରିବେଶର ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ୨୦ ଲକ୍ଷ କୃଷକଙ୍କୁ ସୌରଚାଳିତ ପମ୍ପ୍ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଫଳରେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ ଏବଂ ପରିବେଶର ସୁରକ୍ଷା କରାଯିବ ବୋଲି ସେ କହିଛନ୍ତି।

୨୦୧୯-୨୦୨୦ ବଜେଟରେ ଅର୍ଥମନ୍ତ୍ରୀ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ୨୯୯୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହା ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ଥିଲା। ଏଥିରୁ ପ୍ରଦୂଷଣ ନିୟନ୍ତ୍ରଣ ବାବଦରେ ଜାତୀୟ ବିଶୁଦ୍ଧ ବାୟୁ ଯୋଜନା ଭଳି କାର୍ଯ୍ୟକ୍ରମ ଲାଗି ୪୬୦ କୋଟି ଟଙ୍କାର ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe