ନିର୍ମଳାଙ୍କ ବଜେଟରୁ କଣ ରହିବ ଆଶା ? ଆଶ୍ବସ୍ତ ହେବେ କି ସାଧାରଣ ଲୋକେ ?

Advertisment
ବଜେଟରେ ଲୋକପ୍ରିୟ ସ୍କିମ ଘୋଷଣା ସମ୍ଭାବନା କମ୍ : ପାନାଗାରିଆ

Image Courtesy of Deccan Herald

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ମୋଦୀ ସରକାର ୩.୦ର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟକୁ ନେଇ ଲୋକଙ୍କର ବହୁତ ଆଶା ରହିଛି । ବେତନଭୋଗୀ ବର୍ଗ ବଡ଼ ଆଶ୍ୱସ୍ତି ଆଶା ରଖିଛନ୍ତି। ବ୍ୟବସାୟୀ ଶ୍ରେଣୀର ମଧ୍ୟ ବଡ଼ ଘୋଷଣାକୁ ନେଇ ଆଶା ରହିଛି। ବଜେଟ୍ କେମିତି ରହିବ, ତାହା ସଂସଦରେ ଉପସ୍ଥାପିତ ହେବା ପରେ ହିଁ ଜଣାପଡ଼ିବ। ତେବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଜୋର ଧରିଛି ।

ଏହି ବଜେଟରେ ବିକଶିତ ଭାରତ, ଅର୍ଥନୀତି, ରୋଜଗାର, ସବୁଜ ଅର୍ଥନୀତି, ନୂଆ ଟିକସ ବ୍ୟବସ୍ଥା, ଷ୍ଟାଣ୍ଡାର୍ଡ ଡିଡକ୍ସନ ଏବଂ ପିଏମ ସ୍ୱନିଧି ଯୋଜନା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଯୋଜନା କ'ଣ ରହିଛି ତାହାର ରୂପରେଖ ମିଳିବ । ତେବେ ସାଧାରଣ ଲୋକଙ୍କ ନଜର ଦରଦାମ ଓ ଆୟକର ଛାଡ଼ସୀମା ଉପରେ ରହିବ ।

କେନ୍ଦ୍ର ବଜେଟ୍ ର ଗୋଟିଏ ଦିନ ପୂର୍ବରୁ ସୋମବାର ଏନଡିଏର ଉଭୟ ଗୃହର ଫ୍ଲୋର ଲିଡର୍ସ ବୈଠକ କରିଥିଲେ। ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଏଲ୍ ମୁରୁଗାନ୍ ଉପସ୍ଥିତ ଥିଲେ। ବଜେଟ୍ ଉପରେ ଗୃହ ଭିତରେ ଓ ବାହାରେ ଏନଡିଏ ଏକଜୁଟ ହେବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବଜେଟ୍ ଉପରେ ଏନଡିଏର ସମସ୍ତ ସହଯୋଗୀ ଦଳ ଏକ ସ୍ୱରରେ କହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe