ବଜେଟ୍‌ ଅଧିବେଶନ: ଆଜିଠୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିତର୍କ; ପ୍ରଥମ ବକ୍ତା ରାହୁଲ୍‌ ଗାନ୍ଧୀ

Advertisment
ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ, ୪ କଂଗ୍ରେସ ସାଂସଦ ସଂପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ

Image Courtesy of Zee News

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ବଜଟେ ଅଭିଭାଷଣ ଉପରେ ଆଗତ ହେବାକୁ ଥିବା ଧନ୍ୟବାଦଜ୍ଞାପନ ବିତର୍କରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପ୍ରଥମ ବକ୍ତା ହେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଲୋକସଭାରେ ଧନ୍ୟବାଦ ଅର୍ପଣ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ବ୍ୟକ୍ତ କରିବା ଲାଗି ବିରୋଧୀ ଦଳମାନଙ୍କୁ ୧୨ ଘଣ୍ଟା ସମୟ ମିଳିଛି। ‌ସମୁଦାୟ ୧୨ ଘଣ୍ଟାରୁ କଂଗ୍ରେସ ପାର୍ଟିକୁ ମିଳିଛି ୧ ଘଣ୍ଟା।

ବିରୋଧୀ ଦଳମାନଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ କହିବା ପାଇଁ ପ୍ରଥମେ କଂଗ୍ରେସକୁ ସୁଯୋଗ ମିଳୁଥିବାରୁ ବିରୋଧୀ ଦଳମାନଙ୍କ ପକ୍ଷରୁ ରାହୁଲ୍‌ଗାନ୍ଧୀ ପ୍ରଥମେ ବିତର୍କ ଆରମ୍ଭ କରିବେ।

publive-image Image Courtesy of Times Now

ସେ ରାଷ୍ଟ୍ରପତୀୟ ଅଭିଭାଷଣ ଓ ବଜେଟ୍‌ ବିଷୟରେ କହିବା ସହ ‘ସ୍ପାଇୱେର୍‌ ସଫ୍ଟ‌େୱେର୍‌ ପେଗାସସ୍‌ କେଳେଙ୍କାରୀ ପ୍ରସଙ୍ଗ ଉତ୍ଥାପନ କରିବେ ବୋଲି କୁହାଯାଉଛି।

ଏହାଛଡ଼ା, ସଂସଦ ବାହାରେ ପ୍ରତିବାଦ କରିବା ସହ ପେଗାସସ୍‌ କେଳେଙ୍କାରୀ ପ୍ରସଙ୍ଗ ଉଠାଇବା ଲାଗି କଂଗ୍ରେସ ପାର୍ଟି ଯୁବ କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ କହିଛି।

ପୂର୍ବରୁ ସାମ୍ବାଦିକମାନେ ରାହୁଲ୍‌ ଗାନ୍ଧୀଙ୍କୁ ବଜେଟ୍‌ ଏବଂ ରାଷ୍ଟ୍ରପତୀୟ ଅଭିଭାଷଣ ଉପରେ ମନ୍ତବ୍ୟ ଦେବାକୁ କହିବାରୁ ସେ କହିଲେ ଯେ, ଗୃହରେ କେବଳ ସେ ହିଁ ପ୍ରଥମେ କହିବେ।

ସୂଚନାଯୋଗ୍ୟ, ଆଗାମୀ ସୋମବାର ଦିନ ଲୋକସଭା ଏବଂ ମଙ୍ଗଳବାର ଦିନ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣ ପାଇଁ ଧନ୍ୟବାଦ ଅର୍ପଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe