ଆଜିଠୁ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକରେ ଯୋଗଦେଲାନି କଂଗ୍ରେସ

Advertisment

ମଙ୍ଗଳବାର ଅର୍ଥନୈତିକ ସ‌ର୍ଭେ, ବୁଧବାର ବଜେଟ

ମଙ୍ଗଳବାର ଅର୍ଥନୈତିକ ସ‌ର୍ଭେ, ବୁଧବାର ବଜେଟ

କେନ୍ଦ୍ର ବଜେଟ୍‌ ଆଜି : ରିହାତି ଉପରେ ଆଶା

NewsTree News

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦର କେନ୍ଦ୍ରୀୟ କକ୍ଷରେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେବେ। ବଜେଟ ଅଧିବେଶନକୁ ଦ୍ରୌପଦୀ ପ୍ରଥମ ଥର ପାଇଁ ସମ୍ବୋଧିତ କରିବେ। ଅଧିବେଶନର ପ୍ରଥମ ଦିନ‌ ଉଭୟ ଗୃହରେ ଆର୍ଥିକ ସର୍ଭେ ଉପସ୍ଥାପନ କରାଯିବ। ଏହା ପରଦିନ ଅର୍ଥାତ୍ ‌ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ।

ଏହାର ଅବ୍ୟବହିତ ପୂର୍ବରୁ ସୋମବାର ଦିନ ସରକାରଙ୍କ ଦ୍ବାରା ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦ ଭବନ ପରିସରରେ ହୋଇଥିବା ଏହି ସର୍ବଦଳୀୟ ବୈଠକରେ ଲୋକସଭାର ଉପନେତା ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ନେତା ପୀୟୂଷ ଗୋୟଲ, ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭି ମୁରଲୀଧରନ ଯୋଗ ଦେଇଥିଲେ। ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ଡିଏମ୍‌କେ ନେତା ଟିଆର୍‌ ବାଲୁ, ଟିଏମ୍‌ସି ନେତା ସୁଦୀପ ବନ୍ଦ୍ୟୋପଧ୍ୟାୟ, ସୁଖେନ୍ଦୁ ଶେଖର ରାୟ, ଟିଆରଏସ ନେତା କେ କେଶବ ରାଓ ଏବଂ ନାମ ନାଗେଶ୍ବର ରାଓ ବୈଠକରେ ଯୋଗ ଦେଇଥି‌ଲେ।

ସେହିପରି ୱାଇଏସ୍‌ଆର କଂଗ୍ରେସରୁ ବିଜୟଶ୍ରୀ ରେଡ୍ଡି, ଏନ୍‌ସି (ନେସନାଲ କନଫରେନ୍ସ)ରୁ ଫାରୁକ ଅବଦୁଲ୍ଲା , ଆର୍‌ଜେଡିରୁ ପ୍ରଫେସର ମ‌ନୋଜ ଝା, ଜେଡିୟୁର ରାମନାଥ ଠାକୁର ଏବଂ ଶିବସେନା‌ (ଉଦ୍ଧବ ଠାକ୍‌ରେ) ଦଳର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ ବୈଠକରେ କଂଗ୍ରେସ ନେତାମାନେ ଅନୁପସ୍ଥିତ ଥିଲେ।

ମିଳିଥିବା ସୂଚନାନୁଯାୟୀ ଶ୍ରୀନଗରରେ ସୋମବାର ଦିନ ଭାରତ ଯୋଡ଼ୋ ଯାତ୍ରା ଶେଷ ହେଉଥିବାରୁ କଂଗ୍ରେସ ଦଳର କୌଣସି ନେତା ‌‌ବୈଠକରେ ଯୋଗ ଦେଇପାରି ନଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe