ବଜେଟ ଅଧିବେଶନ: ସଂସଦର ଉଭୟ ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ମୁର୍ମୁ

Advertisment

ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଆସନ୍ତାକାଲି ବା ଫେବ୍ରୁଆରି ୧  ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ।

ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଆସନ୍ତାକାଲି ବା ଫେବ୍ରୁଆରି ୧  ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ।

ଳଯଦଳଯ

ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ସଂସଦରେ ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ବା ଫେବ୍ରୁଆରି ୧  ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି, ‘‘୩ କୋଟି ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି। କୃଷକଙ୍କ ଉନ୍ନତ ପାଇଁ ପଦକ୍ଷେପ ନିଆଯାଇଛି। ଆୟୁଷ୍କାନ ଯୋଜନାରେ ସଭିଙ୍କୁ ସୁବିଧାରେ ସ୍ବାସ୍ଥ୍ୟ ବୀମା ମିଳୁଛି। ଏକ ଦେଶ ଏକ ନିର୍ବାଚନ ପାଇଁ କାମ ଚାଲିଛି। ଦେଶ ଦୃଢ଼ତାର ସହ ନିଜ ନିଷ୍ପତ୍ତି ନେଉଛି।’’

କୁମ୍ଭମେଳା ଦୁର୍ଘଟଣାକୁ ମୁର୍ମୁ ଦୁଃଖ ପ୍ରକାଶ କରିବା ସହ ଗରିବ ଓ କୃଷକଙ୍କ ବିକାଶକୁ ଗୁରୁତ୍ବ ଦିଆଯାଉଥିବା କୁହିଛନ୍ତି। ସମ୍ବିଧାନ ନିର୍ମାତାଙ୍କୁ ମୁର୍ମୁ ପ୍ରଣାମ କରୁଛି ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।

ସଂସଦ ଅଧିବେଶନ ଜୁନାଆରି ୩୧ ତାରିଖରୁ ଆରମ୍ଭ ହୋଇ ୪ଟି ପର୍ଯ୍ୟାୟରେ ଏପଅିଲ୍‌ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରି ୧୩ ତାରିଖରେ ଶେଷ ହୋଇ ଦ୍ବିତୀୟ ଭାଗ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe