ବିଜେପି ବିଧାୟକଙ୍କ ମଇଁଷି ଚୋରି, ଥାନାରେ ଅଭିଯୋଗ

Advertisment
ବିଜେପି ବିଧାୟକଙ୍କ ମଇଁଷି ଚୋରି, ଥାନାରେ ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକଙ୍କ ୨ଟି ମଇଁଷି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। କୋତଓ୍ଵାଲି ଅଞ୍ଚଳର ବିଧାୟକ ସୁରେଶ ରାହିଙ୍କ ଫାର୍ମରୁ ଶନିବାର ରାତିରେ ଚୋରମାନେ ମଇଁଷି ଚୋରି କରିଛନ୍ତି। ରାତି ପାହିଲା ପରେ ଚପରାସୀ ଏହି ଘଟଣା ସମ୍ପର୍କରେ ବିଧାୟକଙ୍କୁ ସୂଚନା ଦେଇଥିଲେ। ଥାନାକୁ ଅଭିଯୋଗ ଆସିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୀତାପୁ ଜିଲ୍ଲା ହରଗାଓରୁ ବିଜେପି ବିଧାୟକ ସୁରେଶ ରାହିଙ୍କ ମଇଁଷି ଚୋରି ମାମଲା ଲୋକଲୋଚନକୁ ଆସିଛି। ଚୋରି ହୋଇଥିିବା ୨ଟି ମଇଁଷିର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବିଧାୟକଙ୍କ ଦ୍ୱାରା ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରି ଦେଇଛି।

ସୁରେଶ ରାହି ହରଗାଓ ବିଧାନସଭାରୁ ବିଧାୟକ ଅଛନ୍ତି। ନିଜର ଜିଲ୍ଲା ଜେଲ ପଛରେ ଥିବା ପଞ୍ଚମପୁରଖା ଗାଁ ନିକଟ ଫାର୍ମ ହାଉସ ଅଛି। ଫାର୍ମରେ ଗାଈ ଓ ମଇଁଷି ଅଛନ୍ତି। ବିଧାୟକଙ୍କ କହିବା ଅନୁସାରେ ତାଙ୍କ ଫାର୍ମରୁ ୨ଟି ମଇଁଷି ଚୋରି ହୋଇଛି। ସୂଚନାଯୋଗ୍ୟ, ୨୦୧୪ରେ ସମାଜବାଦୀ ପାର୍ଟିର ନେତା ଆଜମ ଖାଁଙ୍କ ମଇଁଷି ଚୋରି ହୋଇଥିଲା। ଚୋରି ସମ୍ପର୍କରେ ଗଣମାଧ୍ୟମରେ ନିୟମିତ ଭାବରେ ଖବର ପ୍ରକାଶ ପାଇବା ପରେ ୫ମାସ ପରେ ପୁଲିସ ମଇଁଷିକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଇଟାଓ୍ଵା ଜିଲ୍ଲା ବକେଓ୍ଵର ପୁଲିସ ଜଣକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe