ତଦନ୍ତ କମିଟି ଗଠନ ହେବ

Advertisment

ଅଭିଯୋଗର ଜନଶୁଣାଣି ହେବ କମିଟିରେ ରହିବେ ୪ ସଦସ୍ୟ

ଅଭିଯୋଗର ଜନଶୁଣାଣି ହେବ କମିଟିରେ ରହିବେ ୪ ସଦସ୍ୟ

ତଦନ୍ତ କମିଟି ଗଠନ ହେବ

ନୂଆଦିଲ୍ଲୀ: ମି ଠୁ ଅଭିଯାନ ଜରିଆରେ ବିଭିନ୍ନ କ୍ଷେତ୍ରର ମହିଳା ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନ ଘଟଣାର ପର୍ଦ୍ଦାଫାସ କରୁଥିବା ବେଳେ ଅନେକ ସେଲିବ୍ରିଟିଙ୍କ ଅସଲ ଚେହେରା ମଧ୍ୟ ପଦାରେ ପଡୁଛି। ଫଳରେ ଏହି ଅଭିଯାନ ଏକପ୍ରକାର ବିପ୍ଳବରେ ପରିଣତ ହେବାରେ ଲାଗିଛି। ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିତ୍ବ ଏହାକୁ ସମର୍ଥନ କରୁଥିବା‌ ବେଳେ କେନ୍ଦ୍ର ସରକାର ମଧ୍ୟ ଏଥିପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଶୁକ୍ରବାର ମି ଠୁ ଅଭିଯାନକୁ ସ୍ବାଗତ କରିବା ସହ ଏଭଳି ଯୌନ ନିର୍ଯାତନା ମାମଲାର ତ୍ବରିତ୍‌ ଯାଞ୍ଚ ପାଇଁ ଏକ ୪ ଜଣିଆ କମିଟି ଗଠନ କରାଯିବ ବୋଲି କହିଛନ୍ତି। ୪ ଜଣ ଅବସରପ୍ରାପ୍ତ ବିଚାରପତି ଏହି କମିଟିର ସଦସ୍ୟ ରହିବେ ଏବଂ ମି ଠୁ ମାମଲାର ଜନଶୁଣାଣି ପାଇଁ ପରାମର୍ଶ ଦେବେ ବୋଲି ସେ କହିଛନ୍ତି।

ପୂର୍ବ ବିଚାରପତି ରହିବେ ସଦସ୍ୟ
ଘୋଷଣା କଲେ ମେନକା ଗାନ୍ଧୀ
ଅଭିଯାନକୁ ରାହୁଲଙ୍କ ସମର୍ଥନ

ମେନକା ଗାନ୍ଧୀ କହିଛନ୍ତି, ନିଜ ପ୍ରତି ହୋଇଥିବା ଯୌନ ନିର୍ଯାତନା ଘଟଣାକୁ କୌଣସି କାରଣରୁ ଲୋକଲୋଚନକୁ ଆଣିପାରିନଥିବା ମହିଳାମାନେ ମି ଠୁ ଅଭିଯାନର ସାହାରା ନେଇ ସ୍ବର ଉଠାଉଛନ୍ତି। ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବି‌ରୋଧରେ ଅଭିଯୋଗ ଆଣୁଥିବା ପ୍ରତ୍ୟେକ ମହିଳାଙ୍କୁ ମୁଁ ବିଶ୍ବାସ କରୁଛି ଏବଂ ସମର୍ଥନ ମଧ୍ୟ ଜଣାଉଛି। ପ୍ରତ୍ୟେକ ଅଭିଯୋଗକାରିଣୀ ଯେଉଁ ସମସ୍ୟା ଓ ଯନ୍ତ୍ରଣା ଭୋଗିଛନ୍ତି ସେଥିରେ ମଧ୍ୟ ମୋର ବିଶ୍ବାସ।‌ ତେଣୁ ସେମାନଙ୍କୁ ଉଚିତ ନ୍ୟାୟ ଦେବା ନିମନ୍ତେ ଏକ କମିଟି ଗଠନ କରାଯିବ। ବରିଷ୍ଠ ବିଚାରବିଭାଗୀୟ ତଥା ନ୍ୟାୟିକ ବ୍ୟବସ୍ଥା ସହିତ ଓତପ୍ରୋତ ଭାବେ ଜଡ଼ିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ ହେବ। ଉକ୍ତ କମିଟି ମି ଠୁ ଅଭିଯାନ ମାଧ୍ୟମରେ ଯେ କୌଣସି ଅଭିଯୋଗ ଆସିବ, ତାହାର ଯାଞ୍ଚ କରିବ। ଯୌନ ନିର୍ଯାତନା ଅଭିଯୋଗଗୁଡ଼ିକର ଯଥାସମ୍ଭବ ଫଏସଲା ନିମନ୍ତେ ଆବଶ୍ୟକ ନ୍ୟାୟିକ ତଥା ଆନୁଷ୍ଠାନିକ ଢାଞ୍ଚା ବାବଦରେ କମିଟି କାମ କରିବ। ଏମିତି କି ଏହି ସମ୍ପର୍କରେ କମିଟି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ମଧ୍ୟ ସୁପରାମର୍ଶ ଦେଇପାରିବ ବୋଲି ମେନକା କହିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଆଧାର କରି ମେନକା କହିଛନ୍ତି ଯେ, କ୍ଷମତାରେ ଥିବା ଲୋକମାନେ ଅଧିକାଂଶ ସମୟରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମି ଠୁ ଅଭିଯାନକୁ ସମର୍ଥନ ଜଣାଇବା ସହିତ ମହିଳାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଉଚିତ ଶିକ୍ଷା ମିଳିଛି ବୋଲି କହିଛନ୍ତି। ଯେଉଁମାନେ ମହିଳାଙ୍କୁ ସମ୍ମାନ ନକରି ସେମାନଙ୍କୁ ନିର୍ଯାତନା ଦେଉଛନ୍ତି, ସେମାନଙ୍କ ରାସ୍ତା ବନ୍ଦ ହେବାକୁ ଯାଉଛି। ତେବେ ସତ୍ୟକୁ ନିର୍ଭୀକତାର ସହ ଉପସ୍ଥାପନ କରାଯିବା ଆବଶ୍ୟକ ବୋଲି ରାହୁଲ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe