ନୋଇଡାରେ ପୁଣି କୋଠା ଭୁଷୁଡିଲା, ୧ ମୃତ

ଗ୍ରେଟର୍‌ ନଏଡ଼ାରେ ଦୁଇ ନିର୍ମାଣଧୀନ କୋଠା ଭୁୂଶୁଡ଼ି ୩ ମୃତ; ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି

ନୋଇଡା: ଉତ୍ତରପ୍ରଦେଶର ନୋଇଡାରେ ପୁଣି ଏକ କୋଠା ଭୁଷୁଡିଛି । ଆଜି ନୋଇଡାର ସେକ୍ଟର ୬୩ରେ ଏକ ନିର୍ମାଣାଧୀନ କୋଠା ଭୁଷୁଡ଼ି ପଡିବାରୁ ଜଣେ ଲୋକ ମୃତ୍ୟୁବରଣ କରିଛି ଓ ଆଉ କିଛି ଲୋକ ଆହତ ହୋଇଛନ୍ତି । ଏନେଇ ପୁଲିସ ଓ ଅନ୍ୟ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଚଳିତ ସପ୍ତାହରେ ନୋଇଡାରେ କୋଠା ଭୁଷୁଡିବାର ଏହା ୨ୟ ଘଟଣା । ଗତ ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାସ୍ଥିତ ଶାହବେରି ଗ୍ରାମରେ ଦୁଇଟି ୬ ମହଲାବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ କଂକ୍ରିଟ୍ ତଳେ ଫଶି ୫୦ରୁ ଊର୍ଧ୍ୱ ଲୋକ ଆହତ ହୋଇଥିଲେ । ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୮ ଜଣଙ୍କ ବିରୋଧରେ ମାମଲା ଦାଏର କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe