ଲୁଧିଆନାରେ ଭୁଶୁଡ଼ିଲା ବହୁତଳ କୋଠା, ଅନେକ ଲୋକ ଫସି ରହିଥିବା ଆଶଙ୍କା

Advertisment

ପଞ୍ଜାବର ଲୁଧିଆନାରେ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ହଠାତ୍ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ପଞ୍ଜାବର ଲୁଧିଆନାରେ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ହଠାତ୍ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ludhiana

ଲୁଧିଆନା: ପଞ୍ଜାବର ଲୁଧିଆନାରେ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ହଠାତ୍ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କୁହାଯାଉଛି ଯେ କୋଠା ଭୁଶୁଡ଼ି ପଡ଼ିବା କାରଣରୁ ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା ଓ ଏହା ପରେ ଏହି ଅଂଚଳରେ ଆତଙ୍କ ଖେଳିଯାଇଥିଲା । 

ଲୁଧିଆନାର ଫେଜ-୮ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪ରୁ ୫ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଥାନା ଫୋକଲ ପଏଣ୍ଟ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଲୁଧିଆନାର ଫେଜ୍ -୮ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪ରୁ ୫ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଥାନା ଫୋକଲ ପଏଣ୍ଟ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଏସ୍ଏଚ୍ଓ ଅମନଦୀପ ସିଂହ ବ୍ରାର ସୂଚନା ଦେଇ କହିଛନ୍ତି, ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଠା ତଳେ ୪ରୁ ୫ ଜଣ ଫସି ରହିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe