ନୂଆଦିଲ୍ଲୀ: ୟୁପିର କନୌଜ ରେଳ ଷ୍ଟେସନରେ ଆଜି ଅପରାହ୍ନରେଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରେଳ ଷ୍ଟେସନର ଏକ ନିର୍ମାଣାଧୀନ କୋଠା ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ତଳେ କାମ କରୁଥିବା ପ୍ରାୟ ୩୫ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହୁରି ୧୨ ଜଣ ଫସି ରହିଥିବାରୁ ଯୁଦ୍ଧସ୍ତରରେ ଉଦ୍ଧାର ପ୍ରୟାସ ଚାଲିଛି।
ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ସ୍ଥିତି ତଦାରଖ କରୁଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଛାତ ଭୁଶୁଡ଼ିଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି। ଏସ୍ଡିଆର୍ଏଫ୍, ଅଗ୍ନିଶମ ବିଭାଗ ଏବଂ ଆର୍ପିଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗୁରୁତର ଆହତଙ୍କ ପାଇଁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ ୫ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।
Follow Us