ଅଧିକାରୀଙ୍କ ଉପରେ ରାଗିଗଲେ ବିଧାୟିକା କହିଲେ, ‘କ୍ଷମା ମାଗ ନଚେତ ଜୋତା କାଢ଼ି ପିଟିବି’

ଅଧିକାରୀଙ୍କ ଉପରେ ରାଗିଗଲେ ବିଧାୟିକା କହିଲେ, ‘କ୍ଷମା ମାଗ ନଚେତ ଜୋତା କାଢ଼ି ପିଟିବି’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ଏକ ମନ୍ଦିର ପରିସରକୁ ଜେସିବି ଦ୍ବାରା ନଷ୍ଟ କରାଯିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ଖବର ପାଇବା ପରେ ଖୁର୍ଜାର ବିଧାୟକ ମୀନାକ୍ଷୀ ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହାପ‌ରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ସ୍ଥାନୀୟଲୋକଙ୍କ ସାମ୍ନାରେ ମୀନାକ୍ଷୀ କ୍ଲାସ ନେଇ ଯାଇଥିଲେ। ଏମିତି କି ବିଧାୟିକ‌ା ଅଧିକାରୀଙ୍କୁ ଜୋତା କାଢ଼ି ପିଟିବେ ବୋଲି ବି ଧମକ ଦେଇଥିଲେ। ବିଧାୟିକା ଅଧିକାରୀଙ୍କୁ ଧମକ ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଅଗଷ୍ଟ୬ରେ ଖୁର୍ଜାସ୍ଥିତ ଏକ କଲୋନି ନିକଟରେ ଥିବା ମନ୍ଦିର ଚାରିପାର୍ଶ୍ବକୁ    ଅଧିକାରୀ କିଛି ଲୋକଙ୍କ ସହିତ  ବୁଲଡୋଜର ନେଇ ପହଞ୍ଚି ଯାଇଥିଲେ। ଏହାପରେ ଭଙ୍ଗାରୁଜା କରିଥିଲେ । ଏହାଦେଖି  ସ୍ଥାୟୀ ବାସିନ୍ଦା ଏହାର ବିରୋଧ କରିଥିଲେ।

ଏହାପରେ ଅଧିକାରୀ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ। ଏକଥା ଜାଣିବାପରେ ବିଧାୟିକା ମୀନାକ୍ଷୀ ସିଂହ ଘଟଣାସ୍ଥଳରେ ପହଞ୍ଚି ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହୋଇଯାଇଥିଲେ। ଆଉ କହିଥିଲେ ସ୍ଥାନୀୟ ଲୋକଙ୍କୁ ସଙ୍ଗେସଙ୍ଗେ କ୍ଷମା ମାଗ ନଚେତ ଜୋତା କାଢ଼ି ପିଟିବି।

ଘଟଣା ଅଧିକ ଉତ୍ତେଜନାପୂର୍ଣ୍ଣ ହେବାପରେ ପୁଲିସ ଫୋର୍ସ ପହଞ୍ଚିଯାଇଥିଲା। ଘଟଣାସ୍ଥଳରେ ଏସଡିଏମ ଓ ସିଓ ପହଞ୍ଚି ଦୁହିଁଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe