ଚୀନକୁ ଆତଙ୍କବାଦୀଙ୍କ ଡର: ଏଣିକି ପାକିସ୍ତାନରେ ଚୀନ ନାଗରିକ ବ୍ୟବହାର କରିବେ ବୁଲେଟପ୍ରୁଫ କାର

Advertisment
ଚୀନକୁ ଆତଙ୍କବାଦୀଙ୍କ ଡର: ଏଣିକି ପାକିସ୍ତାନରେ ଚୀନ ନାଗରିକ ବ୍ୟବହାର କରିବେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ସିପିଇସି ପ୍ରକଳ୍ପରେ ମିଳିତ ଭାବେ କାମ କରୁଛନ୍ତି | ତେବେ ବର୍ତ୍ତମାନ ଚୀନକୁ ଆତଙ୍କବାଦୀଙ୍କ ଚିନ୍ତା ଘାରିଛି | ଆଉ ଆତଙ୍କବାଦୀଙ୍କ ଆକ୍ରମଣରୁ ଚୀନ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଏବେ ପାକିସ୍ତାନ ସରକାର ବୁଲେଟ୍ ପ୍ରୁଫ୍ ଯାନ ବ୍ୟବହାର କରିବାକୁ ପାକିସ୍ତାନ ରାଜି ହୋଇଛି। ରବିବାର ଦିନ ଏକ ଗଣମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଚୀନ୍ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଆରବ ସାଗରରେ ଥିବା ପାକିସ୍ତାନର ଗ୍ୱାଦର ବନ୍ଦରକୁ ଚାଇନାର ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଉଇଗୁରୁ ସ୍ଵୟଂଶାସିତ ଅଞ୍ଚଳର କାଶଗର ସହିତ ସଂଯୋଗ କରିଥାଏ । ୬୦ ବିଲିୟନ ଡଲାର ଖର୍ଚ୍ଚ ହେଉଥିବା ସିପିଇସି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଏକ ପ୍ରମୁଖ ପ୍ରକଳ୍ପ ଭାବେ ସ୍ଥାନ ପାଇଛି |

ଆଉ ଚାଇନାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏହାର ଶ୍ରମିକଙ୍କ ସୁରକ୍ଷା ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଛି। ତେଣୁ, ବର୍ତ୍ତମାନ ଚାଇନାର ଶ୍ରମିକମାନେ ବୁଲେଟ୍ ପ୍ରୁଫ୍ କାରରେ ଯିବା ଆସିବା କରିବେ | ଏକାଦଶ ଜେସିସିର ଡ୍ରାଫ୍ଟ ସବିଶେଷ ତଥ୍ୟରେ କୁହାଯାଇଛି ଯେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଚାଇନାର ସମସ୍ତ ଶ୍ରମିକ ବୁଲେଟ୍ ପ୍ରୁଫ୍ ଯାନ ବ୍ୟବହାର କରିବେ । ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ସପ୍ତାହରେ ସିପିଇସି ପ୍ରକଳ୍ପରେ ପାକିସ୍ତାନରେ କାର୍ଯ୍ୟ କରୁଥିବା ଚୀନ୍ ନାଗରିକଙ୍କ ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ବେଜିଂ ଗସ୍ତ ସମୟରେ ହୋଇଥିବା ଆଲୋଚନାରେ ଚୀନ୍ ଶ୍ରମିକମାନଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବାକୁ ଚୀନ ପକ୍ଷରୁ ଦାବି କରାଯାଇଥିଲା | ଏସବୁକୁ ଦେଖି ପାକିସ୍ତାନ ସରକାର ଏବେ ଚୀନ ନାଗରିକଙ୍କ ପାଇଁ ବୁଲେଟପ୍ରୁଫ ଗାଡିର ବ୍ୟବସ୍ଥା କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe