ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ମେରଠରେ ରାଜ୍ୟମନ୍ତ୍ରୀ ଦିନେଶ ଖଟିକଙ୍କ ବାସଭବନ ବାହାରେ ନିକଟରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା। ଉକ୍ତ ରାସ୍ତାା ଦେଇ ଜଣେ ୮୫ବର୍ଷୀୟ ବୃଦ୍ଧ ଯାଉଥିବା ବେଳେ ହଠାତ ସେ ଏକ ଷଣ୍ଢ ଆକ୍ରମଣ ଶିକାର ହୋଇଥିଲେ। ଏହି ଆକ୍ରମଣରେ ବୃଦ୍ଧଙ୍କ ଘଟଣାସ୍ଥଳରେ ହିଁ ଆଖିପିଛୁଳାକେ ପ୍ରାଣବାୟୁ ଉଡ଼ିଯାଇଥିଲା।  ମୃତ ବୃଦ୍ଧଙ୍କ ନାମ କୃପାଳ ସିଂହ ବୟସ ୮୫ବର୍ଷ ବୋଲି ଜଣାପଡ଼ିଛି। ଏହି  ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

Advertisment

ଯେଉଁଥିରେ ଦେଖିବାକୁ ମିଳୁଛି, ବୃଦ୍ଧ କୃପାଳ କୌଣସି କାମରେ ରାସ୍ତାରେ ଚାଲିଚାଲି ଯାଉଛନ୍ତି। ଏତିକି ବେଳେ ତାଙ୍କ ଡାହାଣପାର୍ଶ୍ବରେ ଥିବା ଏକ ଷଣ୍ଢ ବୃଦ୍ଧଙ୍କୁ ଶିଙ୍ଘରେ ଭୁଷି ଦେବା ସହିତ ତାଙ୍କୁ ରାସ୍ତାରେ ଉଠାଇ କଚାଡ଼ି ଦେଇଥିଲା। ଷଣ୍ଢର ଏହି ଆକ୍ରମଣ‌ରେ ବୃଦ୍ଧଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଯେଉଁ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।


ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର କୃପାଳ ସିଂହଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ପଶୁଧରାଳି ଟିମକୁ ଫୋନ କରିବା ପରେ ସେମାନେ ଉକ୍ତ ଷଣ୍ଢକୁ ଉକ୍ତ ସ୍ଥାନରୁ କାବୁ କରି ଏକ ନିଛାଟିଆ ସ୍ଥାନରେ ଛାଡ଼ି ଦେଇଥିଲେ। 

ଅଧିକପଢ଼ନ୍ତୁ: ପବିତ୍ରାଙ୍କୁ ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇ ଲିଭ ଇନରେ ରହିବାକୁ କହୁଥିଲା ରେଣୁକା !