ଯାତ୍ରୀବାହୀ ବସ ଭିତରେ ପଶିଲା ଷଣ୍ଢ: ଦୌଡ଼ି ପଳାଇଲେ ଚାଳକ ଓ କଣ୍ଡକ୍ଟର

ଲଢ଼େଇ କରିକରି ଷଣ୍ଢ ରାସ୍ତା ଉପରେ ଛିଡ଼ା ହୋଇଥିବାା ଏକ ସିଟି ବସ୍ ଭିତରକୁ ପଶି ଆସିଥିଲା। ଭୟରେ ଯାତ୍ରୀମାନେ ଜୀବନ ବିକଳରେ ଝରକାରୁ ତଳକୁ ଡେଇଁ ପଡ଼ିଥିଲେ। ଚାଳକ ଓ କଣ୍ଡକ୍ଟର ବସ ଛାଡ଼ି ଡିଆଁ ମାରିଥିଲେ।

346

ନୂଆଦିଲ୍ଲୀ: ଜୟପୁରରେ ଗତ ସୋମବାର ରାତିରେ ହର୍ମରା ଥାନା ଅଞ୍ଚଳର ସିକର-ଜୟପୁର ରାଜପଥର ଟୋଡି ମୋଡ଼ରେ ଦୁଇଟି ଷଣ୍ଢ ମଧ୍ୟରେ ଲଢ଼େଇ ଲାଗିଥିଲା। ଲଢ଼େଇ କରିକରି ଷଣ୍ଢ ଦୁଇଟି  ରାସ୍ତା ଉପରେ ଛିଡ଼ା ହୋଇଥିବାା ଏକ ସିଟି ବସ୍ ଭିତରକୁ ପଶି ଆସିଥିଲେ। 

ଉକ୍ତ ବସ ଭିତ‌ରେ ଥିବା ଯାତ୍ରୀମାନେ ଜୀବନ ବିକଳରେ ବସରୁ ଓହ୍ଲାଇ ଦୌଡ଼ିବାକୁ ଲାଗିଥିଲେ। ଏଥିସହିତ ଉକ୍ତ ବସର ଚାଳକ ଓ କଣ୍ଡକ୍ଟର ମଧ୍ୟ ବସ୍ ଛାଡି ଚାଲି ଯାଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ବସ୍ ଟି ଅଜମେରି ଗେଟରୁ ହରମାଡା ଅଭିମୁଖେ ବାହାରିଥିଲା। ରାତି ୮.୩୦ ସମୟରେ, ହରମାଡାର ତୋଡି ମୋଡ଼ ନିକଟର ଦୁଇଟି ଷଣ୍ଢ ଲଢ଼େଇ କରି କରି ବସ୍ ପାଖକୁ ଚାଲି ଆସିଥିଲେ। ଏହି ସମୟରେ ବାଟମଣା ହୋଇ ଗୋଟିଏ ଷଣ୍ଢ ବସ୍ ଭିତରକୁ ପଶିଆସିଥିଲା। 

ଫଳରେ ଉକ୍ତ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଯାତ୍ରୀମାନେ ଭୟରେ ଜୀବନ ବିକଳରେ ଝରକାରୁ ଡେଇଁ ପଡ଼ିଥିଲେ। ସେହିପରି ଚାଳକ ଏବଂ କଣ୍ଡକ୍ଟର ମଧ୍ୟ ବସ ଛାଡ଼ି ଦୌଡ଼ି ପଳାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କୁ ବିଶେଷ କିଛି କ୍ଷତି ପହଞ୍ଚି ନାହିଁ। କିନ୍ତୁ ବସଟି କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe