ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଟ୍ରେଣ୍ଡ୍ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ସାଂସଦ ହେମା ମାଳିନୀ କହିଛନ୍ତି, ଆମେ ସରକାର ଗଠନ କରିବୁ ବୋଲି ଜାଣିସାରିଛୁ; ସବୁ ଦିଗରୁ ଉନ୍ନତି ପାଇଁ ଆମେ କାମ କରିଛୁ। ସେଥିପାଇଁ ଜନସାଧାରଣଙ୍କର ଆମ ଉପରେ ଭରସା ଅଛି। ବୁଲ୍ଡୋଜର୍ ସାମ୍ନାରେ କେହି ତିଷ୍ଠି ପାରିବେ ନାହିଁ। ସାଇକେଲ୍ ହେଉ କି, ଆଉ କିଛି ହେଉ, କ୍ଷଣିକରେ ସବୁ ନଷ୍ଟ କରିଦେବ ବୁଲ୍ଡୋଜର୍।
ଉଲ୍ଲେଖଯୋଗ୍ୟ, ବିଜୟ ଉତ୍ସବ ପାଳନ ପାଇଁ ‘ବିଜେପି’ କର୍ମୀମାନେ ଦଳର ମୁଖ୍ୟାଳୟକୁ କେତେଗୁଡ଼ିଏ ଖେଳନା ବୁଲ୍ଡୋଜର୍ ନେଇ ଆସିଛନ୍ତି।
କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଗୋଟାଏ ନୂଆ ଧରଣର ଶାସନ ଓ ରାଜନୀତିକୁ ସ୍ବୀକୃତି ଦେଉଛି।
ଅପରାହ୍ଣ ୨ଟା ସୁଦ୍ଧା ଉତ୍ତର ପ୍ରଦେଶରେ ବିଜେପି ୨୬୨ଟି, ସପା ୧୩୬ଟି, ବିଏସ୍ପି ୨, କଂଗ୍ରେସ ୧ଟି, ଓ ଅନ୍ୟାନ୍ୟ ୧ଟି ଆସନରେ ଅଗ୍ରଣୀ ଅଛନ୍ତି।
Follow Us