ବୁଲ୍‌ଡୋଜର୍ ନ୍ୟାୟ ଗ୍ରହଣୀୟ ନୁହେଁ: ସୁପ୍ରିମ୍‌କୋର୍ଟ

Advertisment

ପ୍ରଧାନ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ବୁଲ୍‌ଡୋଜର୍ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଚୂଡ଼ାନ୍ତ ରାୟରେ କହିଛନ୍ତି ଯେ ସମ୍ପତ୍ତି ନଷ୍ଟ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଚୁପ୍ କରାଯିବା ଉଚିତ ନୁହେଁ।

ପ୍ରଧାନ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ବୁଲ୍‌ଡୋଜର୍ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଚୂଡ଼ାନ୍ତ ରାୟରେ କହିଛନ୍ତି ଯେ ସମ୍ପତ୍ତି ନଷ୍ଟ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଚୁପ୍ କରାଯିବା ଉଚିତ ନୁହେଁ।

supreme court1

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ବୁଲ୍‌ଡୋଜର୍ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଚୂଡ଼ାନ୍ତ ରାୟରେ କହିଛନ୍ତି ଯେ ସମ୍ପତ୍ତି ନଷ୍ଟ ଧମକ ଦେଇ ନାଗରିକଙ୍କ ସ୍ୱରକୁ ଚୁପ୍ କରାଯିବା ଉଚିତ ନୁହେଁ। ଆଇନର ଶାସନ ଦ୍ୱାରା ପରିଚାଳିତ ସମାଜରେ ବୁଲ୍‌ଡୋଜର୍‌ ନ୍ୟାୟ  କଦାପି ଗ୍ରହଣୀୟ ନୁହେଁ।  ନାଗରିକଙ୍କ ଘରର ସୁରକ୍ଷା ଏକ ମୌଳିକ ଅଧିକାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ତେଣୁ ବେଆଇନ ଜବରଦଖଲ କିମ୍ବା ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ  ସୁରକ୍ଷା ବ୍ୟବସ୍ଥା ପାଳନ କରିବା ଏବଂ ଉପଯୁକ୍ତ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ରାଜ୍ୟ ବାଧ୍ୟ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ବୁଲ୍‌ଡୋଜର୍‌ ମାଧ୍ୟମରେ ନ୍ୟାୟ କୌଣସି ସଭ୍ୟ ନ୍ୟାୟବ୍ୟବସ୍ଥା ପାଇଁ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୯ରେ ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ଏକ ଘର ଭଙ୍ଗା ମାମଲାରେ ପ୍ରଧାନବିଚାରପତି ତାଙ୍କ ଶେଷ କାର୍ଯ୍ୟ ଦିବସରେ ରାୟ ଶୁଣାଇ କହିଥିଲେ ଯେ ଯଦି ରାଜ୍ୟର କୌଣସି ଶାଖା କିମ୍ବା ଅଧିକାରୀଙ୍କ ଦ୍ୱାରା ବେଆଇନ ଆଚରଣକୁ ଅନୁମତି ଦିଆଯାଏ, ତେବେ ନାଗରିକଙ୍କ ସମ୍ପତ୍ତି ଉଚ୍ଛେଦ ଏକ ନିର୍ଦ୍ଦିଷ୍ଟ ପ୍ରତିଶୋଧ ସ୍ୱରୂପ ହେବ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ନାଗରିକଙ୍କ ସମ୍ପତ୍ତି ଓ ବାସଗୃହ ନଷ୍ଟ ହେବାର ଧମକ ଦେଇ ସେମାନଙ୍କ ସ୍ୱରକୁ ଦମନ କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ, ଆପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ନଷ୍ଟ କରିବା ପାଇଁ ବୁଲ୍‌ଡୋଜର୍‌ ବ୍ୟବହାର ସମ୍ପର୍କିତ ଅନେକ ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମ୍‌କୋର୍ଟ। ‘ବୁଲଡୋଜର୍‌ ନ୍ୟାୟ’ ନାମରେ ପରିଚିତ ଏହି ପ୍ରଥା ବ୍ୟାପକ ବିବାଦ ସୃଷ୍ଟି କରିଛି ଏବଂ ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ  ଅବସର ଗ୍ରହଣ କରିଛନ୍ତି ଏବଂ ସୁପ୍ରିମ୍‌କୋର୍ଟରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe