ୟୁପିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ: ୟୁପି ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

Advertisment

କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ହେବା ଉଚିତ, ୩ ଦିନ ଭିତରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ହେବା ଉଚିତ, ୩ ଦିନ ଭିତରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ୟୁପିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ: ୟୁପି ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌

Hindustan Times

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗା ଯିବା ମାମଲାରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। ଏହି ମାମଲ‌ାରେ ଏବେ ରୋକ ଲଗାଇବାକୁ ‌କୋର୍ଟ ମନା କରିଦେଇଛନ୍ତି। କହିଛନ୍ତି ଯେ ଆମେ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିପାରିବୁ ନାହିଁ। ତେବେ ଯୋଗୀ ସରକାରଙ୍କୁ ଚେତାଇ ଦେଇଛନ୍ତି ‌ଯେ ଏହା ଆଇନ ଅନୁଯାୟୀ ହେବା ଉଚିତ ଏବଂ ଏ କ୍ଷେତ୍ରରେ ସ୍ବଚ୍ଛ ନୀତି ଅବଲମ୍ବନ ଜରୁରୀ। କୌଣସି ପ୍ରକାର ପ୍ରତିଶୋଧମୂକଳ କାର୍ଯ୍ୟାନୁଷ୍ଠାନ ଗ୍ରହଣନୀୟ ନୁହେଁ। ଏହାସହିତ କୋର୍ଟ ୟୁପି ସରକାର, ପ୍ରୟାଗରାଜ ଓ କାନପୁର ଉନ୍ନୟନ କତ୍ତୃପକ୍ଷଙ୍କୁ ନୋଟିସ ଜାରି କରି ଏହାର ଉତ୍ତର ତିନି ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପଠାଯାଇଥିବା ନୋଟିସ୍‌ ଏବଂ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଜମିଅତ-ଉଲେମା-ଏ-ହିନ୍ଦ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଅଭିଯୋଗ କରାଯାଇଥିଲା ଯେ ଯୋଗୀ ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍ କରୁଛନ୍ତି ଏବଂ ଏହାର ସଦସ୍ୟଙ୍କ ସମ୍ପତ୍ତି ଭଙ୍ଗାରୁଜା କରୁଛନ୍ତି। ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ନୋଟିସ୍‌ ପଠାଯାଇ ନାହିଁ ବୋଲି ଆବେଦନକାରୀ ଦାବି କରିଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ସରକାର ଆଜି କୋର୍ଟରେ କହିଛନ୍ତି ଯେ ଉଚ୍ଛେଦ କାର୍ଯ୍ୟ ସମୟରେ କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ। ସମସ୍ତ ଉଚ୍ଛେଦ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି। କୋର୍ଟ କହିଛନ୍ତି ଯେ ଆମେ ଆବେଦନକାରୀଙ୍କ ସୁରକ୍ଷା ଚାହୁ। ସେମାନେ ମଧ୍ୟ ସମାଜର ଏକ ଅଂଶ। ଯେତେବେଳେ ଜଣଙ୍କର କିଛି ସମସ୍ୟା ରହୁଛି ତାହା ଜଣାଇବାର ଅଧିକାର ତାଙ୍କୁ ଦେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe