ୟୁପିରେ ଅଭିଯୁକ୍ତଙ୍କ ଘରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ; ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୩ ପୂର୍ବ ବିଚାରପତି

Advertisment
ୟୁପିରେ ଅଭିଯୁକ୍ତଙ୍କ ଘରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ; ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୩ ପୂର୍ବ ବିଚାରପତି

NDTV.com

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ନିକଟକୁ ସୁପ୍ରିମ୍‌ କୋର୍ଟର ତିନି ଜଣ ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ଏକ ଆବେଦନପତ୍ର ପଠାଇଛନ୍ତି। ୟୁପିରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମୁସଲିମଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀମାନେ ମିଳିତ ଭାବେ ଅଭିଯୋଗ କରିଛନ୍ତି। ବିଜେପି ମୁଖପାତ୍ରଙ୍କ ଦ୍ବାରା ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ସମଗ୍ର ଦେଶରେ ଉଠିଥିବା ସ‌ାମ୍ପ୍ରଦାୟିକ ଝଡ଼ ଉପରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ନିଆଯାଉଥିବା ପଦକ୍ଷେପକୁ ବିରୋଧ କରି ଏହି ଚିଠି ଲେଖାଯାଇଛି। ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଲୋକ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇସାରିଲେଣି। ରାଜ୍ୟ ସରକାର ଏମାନଙ୍କ ଉପ‌େରେ ଜାତୀୟ ସୁରକ୍ଷା ଆଇନ ଲଗାଇବା ସହିତ ଗ୍ୟାଙ୍ଗଷ୍ଟର ଆଇନ ମଧ୍ୟ ଲଗାଇଛନ୍ତି।

ମୁସଲମାନ ସମ୍ପ୍ରଦାୟର ଅଭିଯୁକ୍ତଙ୍କ ଘର ବୁଲଡୋଜର ଦ୍ବାରା ଭାଙ୍ଗି ଦିଆଯାଉଛି। ପୁଲିସ ଦ୍ବାରା ଅମାନୁଷିକ ଅତ୍ୟାଚାର କରାଯାଉଛି ବୋଲି ଏହି ଆବେଦନରେ ଉ‌େଲ୍ଲେଖ ରହିଛି। ଆବେଦନକାରୀଙ୍କ ମଧ୍ୟରେ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ବି ସୁଦର୍ଶନ ରେଡ୍ଡି, ଜଷ୍ଟିସ୍‌ ବି ଗୋପାଳ ଗୌଡ଼ା, ଜଷ୍ଟିସ୍‌ ଏ.କେ. ଗାଙ୍ଗୁଲି, ପୂର୍ବତନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏ.ପି. ଶାହ, ପୂର୍ବତନ ମାଡ୍ରାସ ହାଇକୋର୍ଟ ବିଚାରପତି କେ ଚନ୍ଦ୍ରୁ, ପୂର୍ବତନ କର୍ଣ୍ଣ‌ାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ଅନୱର ରହିଛନ୍ତି। ବରିଷ୍ଠ ଆଇନଜୀବୀଙ୍କ ମଧ୍ୟରେ ଶାନ୍ତି ଭୂଷଣ, ଇନ୍ଦିରା ଜୟସିଂହ, ଚନ୍ଦର ଉଦୟ ସିଂହ, ଶ୍ରୀ ରାମ ଞ୍ଚୁ, ପ୍ରଶାନ୍ତ ଭୂଷଣ, ଆନନ୍ଦ ଗ୍ରୋଭର ଏହି ଆବେଦନରେ ସ୍ବାକ୍ଷର କରିଛନ୍ତି। ପ୍ରଧାନବିଚାରପତି ଏହି ମାମଲାର ତୁରନ୍ତ ବିଚାର ପାଇଁ ପଦ‌େକ୍ଷେପ ନିଅନ୍ତୁ ବୋଲି ଏହି ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe