ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସମୀକ୍ଷା ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକ୍‌ରେ

Advertisment
ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ସମୀକ୍ଷା ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକ୍‌ରେ

The Asian Age

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁମ୍ବାଇ-ଅହମଦାବାଦ୍‌ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ସହ ରାଜ୍ୟରେ ସମସ୍ତ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ କୃଷକ ଏବଂ ଆଦିବାସୀଙ୍କ ଦ୍ବାରା ଜୋରଦାର ବିରୋଧ କରାଯାଇଥିବାରୁ ଉଦ୍ଧବ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଉପରେ ରୋକ୍‌ ଲଗାଇବାପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଉଦ୍ଧବ କହିଛନ୍ତି, ତାଙ୍କ ସରକାର ସାଧାରଣ ଲୋକଙ୍କ ସରକାର। ତେଣୁ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପର ସମୀକ୍ଷା କରାଯିବ। ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଶେଷ ହେବାପରେ ଉଦ୍ଧବ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଏବେ ଚାଲିଥିବା ବିକାଶମୂକଳ କାର୍ଯ୍ୟ ବାବଦରେ ସେ ସଦ୍ୟତମ ତଥ୍ୟ ଚାହିଛନ୍ତି। ତେବେ ଗୁରୁତ୍ବ ଦୃଷ୍ଟିରୁ କେଉଁ କାର୍ଯ୍ୟ ପ୍ରଥମେ ହେବା ଉଚିତ୍‌ ସେ ଦିଗରେ ନିଷ୍ପତ୍ତି ନିଆଯିବ। ଠାକ୍‌ରେ କହିଛନ୍ତି ତାଙ୍କ ସରକାର ପ୍ରତିହିଂସା ପରାୟଣ ହୋଇ କାର୍ଯ୍ୟ କରିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe