‘ବୁଲ୍ଲିବାଈ ଆପ୍‌’ର ସ୍ରଷ୍ଟା ୨୧ ବର୍ଷୀୟ ନୀରଜ ବିଷ୍ଣୋଇଙ୍କୁ ଆସାମରୁ ଗିରଫ କଲା ଦିଲ୍ଲୀ ପୁଲିସ

Advertisment
‘ବୁଲ୍ଲିବାଈ ଆପ୍‌’ର ସ୍ରଷ୍ଟା ୨୧ ବର୍ଷୀୟ ନୀରଜ ବିଷ୍ଣୋଇଙ୍କୁ ଆସାମରୁ ଗିରଫ କଲା ଦିଲ୍ଲୀ ପୁଲିସ

Image Courtesy of India Today

ନୂଆଦିଲ୍ଲୀ: ‘ବୁଲ୍ଲିବାଈ ଆପ୍‌’ର ସ୍ରଷ୍ଟା ୨୧ ବର୍ଷୀୟ ନୀରଜ ବିଷ୍ଣୋଇଙ୍କୁ ଦିଲ୍ଲୀ ପୁଲିସ ଆସାମରୁ ଗିରଫ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ସମୁଦାୟ ୪ଜଣଙ୍କୁ ଗିରଫ କରାଗଲାଣି।

ସୂଚନାଯୋଗ୍ୟ, ଭର୍ଚୁଆଲ୍‌ ନିଲାମ ପାଇଁ ବିନା ସମ୍ମତି କେତେକ ସଂଖ୍ୟାଲଘୁ ମହିଳାଙ୍କ ଫଟୋ ଏହି ‘ଆପ୍‌’ରେ ଅପ୍‌ଲୋଡ୍‌ କରାଯାଇଥିଲା। ଏଥିଯୋଗୁଁ ବ୍ୟାପକ ଜନଅସନ୍ତୋଷ ଦେଖାଦେଇଥିଲା।

ଗିରଫ ନୀରଜ ବିଷ୍ଣୋଇ ହେଉଛନ୍ତି ଭୋପାଳସ୍ଥିତ ‘ଭେଲୋର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ରେ ଦ୍ବିତୀୟ ବାର୍ଷିକ ବି.ଟେକ୍‌ ଛାତ୍ର। ତାଙ୍କ ଘର ଆସାମର ଦିଗମ୍ବର ଜୋରହାଟରେ।

publive-image Image Courtesy of ABP Live

ନୀରଜ ‘ଆପ୍‌’ ତିଆରି କରିଥିବା ଉପକରଣଟିକୁ ମଧ୍ୟ ପୁଲିସ ତାଙ୍କ ଘରୁ ଜବତ କରିଛି। ମୁଖ୍ୟ ଅଭିଯୁକ୍ତା ୧୮ ବର୍ଷୀୟ ଶ୍ବେତା ସିଂହଙ୍କ ସମେତ ମୁମ୍ବାଇ ପୁଲିସ ପୂର୍ବରୁ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିସାରିଛି।

ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୨ଜଣ ହେଲେ ଉତ୍ତରାଖଣ୍ଡର ୨୧ ବର୍ଷିୟ ମୈନାକ ରାୱଲ୍‌। ତାଙ୍କୁ ବୁଧବାର ପ୍ରତ୍ୟୁଷରେ ଗିରଫ କରାଯାଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ୨୧ ବର୍ଷିୟ ଇଞ୍ଜିନିୟରିଙ୍ଗ୍‌ ଛାତ୍ର ବିଶାଳ କୁମାର ଝାଙ୍କୁ ସୋମବାର ଦିନ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe