ବୁରାରି ମୁତ୍ୟୁ ଘଟଣା: ଘଟଣାସ୍ଥଳକୁ ଗଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ; ଖୁବ୍‌ ଶୀଘ୍ର ଘଟଣାପଛର ଅସଲ କାରଣ ପଦାକୁ ଆଣିବୁ କହିଲେ ପୁଲିସ୍‌ ଜଏଣ୍ଟ କମିଶନର

Advertisment
ବୁରାରି ମୁତ୍ୟୁ ଘଟଣା: ଘଟଣାସ୍ଥଳକୁ ଗଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ; ଖୁବ୍‌ ଶୀଘ୍ର ଘଟଣାପଛର ଅସଲ କାରଣ ପଦାକୁ ଆଣିବୁ କହିଲେ ପୁଲିସ୍‌ ଜଏଣ୍ଟ କମିଶନର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଅପରାହ୍ଣରେ ବୁରାରି ଗସ୍ତ କରି ଗଣ ଆତ୍ମହତ୍ୟା ଘଟିଥିବା ଘରକୁ ଯିବା ସହ ସେଠାରେ ତଦନ୍ତ ଚଳାଇ ଥିବା ବରିଷ୍ଠ ପୁଲିସ୍‌ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ କାଳରେ ଯେପରି କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନରହେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ରବିବାର ପ୍ରତ୍ୟୁଷରୁ ଦିଲ୍ଲୀର ବୁରାରି ସ୍ଥିତ ସନ୍ଥ ନଗରରେ ଥିବା ଏକ ଘରୁ ମଧ୍ୟରୁ ସନ୍ଦେହ ଜନକ ଅବସ୍ଥାରେ ୭ ମହିଳାଙ୍କ ସମେତ ୧୧ ଜଣଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଦେଶବ୍ୟାପି ହଇଚଇ ସୃଷ୍ଟି ହୋଇଛି। ସମସ୍ତ ମୃତଦେହ ଦୌଡିରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ମୃତକମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ତେବେ ଏମାନଙ୍କ ମୁୁତ୍ୟୁ କେମିତି ହେଲା ସେନେଇ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

publive-image

ଘଟଣାସ୍ଥଳରେ ରହି ତଦନ୍ତ କରୁଥିବା ଦିଲ୍ଲୀ ପୁଲିସର ଜଏଣ୍ଟ କମିଶନର (ସେଣ୍ଟ୍ରାଲ ରେଞ୍ଜ) ରାଜେଶ ଖୁରାନିଆ ଗରମାଧ୍ୟମକୁ କହିଛନ୍ତି ଯେ ମୃତକମାନଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି। ଆମେ ତଦନ୍ତରେ କୌଣସି ଦିଗକୁ ଅଣଦେଖା କରୁନାହୁଁ କିମ୍ବା କୌଣସି ଦିଗକୁ ମଧ୍ୟ ଛାଡୁନାହୁଁ। ସବୁ ସମ୍ଭାବ୍ୟ ଦିଗରୁ ଆମେ ତଦନ୍ତ କରୁଛୁ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମିଳିଥିବା ସୂଚନା ଅନୁସାରେ ସମସ୍ତ ମୃତକ ଗୋଟିଏ ପରିବାରର। କିଛି ମୃତଦେହର ହାତଗୋଡ ବନ୍ଧା ହୋଇଛି ଏବଂ ଆଉ କିଛି ମୃତଦେହ ଆଖିରେ ପଟି ବନ୍ଧା ହୋଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଆମେ ସବୁଦିଗରୁ ତଦନ୍ତ କରୁଛୁ ଏବଂ ଖୁବ୍‌ ଶୀଘ୍ର ଘଟଣାପଛର ଅସଲ କାରଣ ପଦାକୁ ଆଣିବୁ ବୋଲି କହିଛନ୍ତି ଜଏଣ୍ଟ କମିଶନର ରାଜେଶ ଖୁରାନିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe