ଭଡ଼ାରେ ଲାଗିଲା ଦିଲ୍ଲୀର ବୁରାଡ଼ି ହରର୍‌ ହାଉସ୍‌: ୨୦୧୮ରେ ଗୋଟିଏ ପରିବାରର ୧୧ ଜଣ କରିଥିଲେ ଆତ୍ମହତ୍ୟା

ଭଡ଼ାରେ ଲାଗିଲା ଦିଲ୍ଲୀର ବୁରାଡ଼ି ହରର୍‌ ହାଉସ୍‌: ୨୦୧୮ରେ  ଗୋଟିଏ ପରିବାରର ୧୧ ଜଣ କରିଥିଲେ ଆତ୍ମହତ୍ୟା

A policeman writes notes in the house where the bodies of eleven members of a family were found dead in Burari, in New Delhi, India, July 1, 2018. REUTERS/Stringer - RC1BF1DFF710

ନୂଆଦିଲ୍ଲୀ: ୨୦୧୮ ଜୁଲାଇ ୧ରେ ଦିଲ୍ଲୀର ବୁରାଡ଼ିରେ ଗୋଟିଏ ପରିବାରର ୧୧ ଜଣ ଆତ୍ମହତ୍ୟା କରିଦେଇଥିଲେ। ପରିବାରରେ ୧୦ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପରିବାରର ମୁଖ୍ୟ ନାରାୟଣ ଦେବୀଙ୍କ ମୃତଦେହ ଚଟାଣରେ ପଡ଼ିଥିଲା। ତେବେ ପ୍ରାୟ ଦେଢ଼ ବର୍ଷ ଧରି ତାଲା ପଡ଼ିଥିବା ଏହି ଘର ଏବେ ଭଡ଼ାରେ ଲାଗିଛି। ମୋହନ ସିଂହ କା‌ଶ୍ୟପ ନାମକ ଜଣେ ପାଥୋ‌ଲୋଜିଷ୍ଟ୍‌ ଏହି ଘରେ ପାଥୋ‌ ଲ୍ୟାବ୍‌ ଖୋଲିବାପାଇଁ ଯୋଜନା କରିଛନ୍ତି। ସେ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପାଥୋଲ୍ୟାବ୍‌ ଖୋଲିବେ ଏବଂ ପ୍ରଥମ ମହଲାରେ ନିଜ ପରିବାର ସହ ରହିବେ। ପାଥୋଲୋଜିଷ୍ଟ୍‌ ମୋହନ ସିଂହ କହିଛନ୍ତି ସେ ଏହି ହରର୍‌ ହାଉସ୍ ବିଷୟରେ ବେଶ୍‌ ଭଲଭାବେ ଜାଣନ୍ତି। କିନ୍ତୁ କୌଣସି ଅନ୍ଧବିଶ୍ବାସରେ ସେ ବିଶ୍ବାସ କରନ୍ତି ନାହିଁ। ତାଙ୍କ ପରିବାର ଲୋକ ମଧ୍ୟ ଏହି କଥାକୁ ବିରୋଧ କରିନାହାନ୍ତି। ଉକ୍ତ ଘରକୁ ଯିବା ପୂର୍ବରୁ ସେ ଏଠାରେ ଏକ ଯଜ୍ଞ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe