ନାଳକୁ ବସ୍‌ ଓଲଟି ୬ ମୃତ, ୧୫ ଗୁରୁତର

Advertisment
ନାଳକୁ ବସ୍‌ ଓଲଟି ୬ ମୃତ, ୧୫ ଗୁରୁତର

ଉଧାମପୁର(ଜମ୍ମୁ କଶ୍ମୀର): ଜମ୍ମୁ କଶ୍ମୀରର ଉଧାମପୁର ଠାରୁ ୩୦ କିମି ଦୂର କରଓ୍ଵାଠାରେ ଆଜି ଏକ ବସ୍‌ ରାସ୍ତାରୁ ୧୦୦ ଫୁଟ ତଳ ନାଳ ଭିତରକୁ ଖସିପଡ଼ିବାରୁ ଅତି କମ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଉକ୍ତ ଯାତ୍ରୀବାହୀ ବସ୍‌ଟି ରାମନଗରରୁ ଉଧାମପୁର ଆସୁଥିଲା। ବସ୍‌ରେ ଚାଳକଙ୍କୁ ମିଶାଇ ମୋଟ ୨୧ ଜଣ ଯାତ୍ରୀ ଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଗାଡ଼ିଟି କରଓ୍ଵା ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ମାଡ଼ିଯାଇଥିଲା। ଫଳରେ ତାହା ଗଭୀର ନାଳକୁ ଖସିପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଥିଲେ। ତେବେ ଘଟଣାସ୍ଥଳରୁ ୪ ଜଣଙ୍କ ଶବ ମିଳିଥିବା ବେଳେ ଅନ୍ୟ ୧୭ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା। ଅନ୍ୟ ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe