ନଦୀକୁ ବସ୍‌ ଖସି ୧୩ ମୃତ

Advertisment
ନଦୀକୁ ବସ୍‌ ଖସି ୧୩ ମୃତ

www.livemint.com

ମୁମ୍ବାଇ: ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର୍‌ରେ ଗତ ରାତିରେ ଏକ ନଦୀ ମଧ୍ୟକୁ ତୀର୍ଥଯାତ୍ରୀଙ୍କ ବସ୍‌ ଖସି ପଡ଼ିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୧୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଉକ୍ତ ବସ୍‌ଟି କୋହ୍ଲାପୁରର ଶିବାଜୀ ବ୍ରିଜ୍‌ ଉପରେ ନିୟନ୍ତ୍ରଣ ହରାଇଥିଲା ଏବଂ ପଞ୍ଚଗଙ୍ଗା ନଦୀକୁ ଖସି ପଡ଼ିଥିଲା। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ସକାଳ ୭ଟା ସୁଦ୍ଧା ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ୪ ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ଏହି ତୀର୍ଥଯାତ୍ରୀମାନେ ପୁନେର ବାଲେଓ୍ଵାଡ଼ି ବାସିନ୍ଦା। ୩ଟି ପରିବାରର ସମୁଦାୟ ୧୭ ଜଣ ସଦସ୍ୟ ଗତକାଲି ଉପକୂଳ କୋଙ୍କଣ ଏକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ରାତି ପ୍ରାୟ ୧୧.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe