ରାଜସ୍ଥାନର ସିକରରେ ବସ୍ ଦୁର୍ଘଟଣା: ୧୨ ମୃତ, ୪୦ ଆହତ

Advertisment

ରାଜସ୍ଥାନର ସିକରରେ ଏକ ଯାତ୍ରୀବାହୀ ବସ୍ ମଙ୍ଗଳବାର କଲ୍‌ଭର୍ଟକୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ସୁଜାନଗଡ଼ରୁ ନଭାଲଗଡ଼ ଅଭିମୁଖେ ଯାଉଥିବା  ବସ୍‌  ନିୟନ୍ତ୍ରଣ ହରାଇ କଲ୍‌ଭର୍ଟକୁ ପ୍ରଚଣ୍ଡ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।

ରାଜସ୍ଥାନର ସିକରରେ ଏକ ଯାତ୍ରୀବାହୀ ବସ୍ ମଙ୍ଗଳବାର କଲ୍‌ଭର୍ଟକୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ସୁଜାନଗଡ଼ରୁ ନଭାଲଗଡ଼ ଅଭିମୁଖେ ଯାଉଥିବା  ବସ୍‌  ନିୟନ୍ତ୍ରଣ ହରାଇ କଲ୍‌ଭର୍ଟକୁ ପ୍ରଚଣ୍ଡ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା।

gdjgdgdjdgjdgj

ସିକର: ରାଜସ୍ଥାନର ସିକରରେ ଏକ ଯାତ୍ରୀବାହୀ ବସ୍ ମଙ୍ଗଳବାର କଲ୍‌ଭର୍ଟକୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ସୁଜାନଗଡ଼ରୁ ନଭାଲଗଡ଼ ଅଭିମୁଖେ ଯାଉଥିବା  ବସ୍‌  ନିୟନ୍ତ୍ରଣ ହରାଇ କଲ୍‌ଭର୍ଟକୁ ପ୍ରଚଣ୍ଡ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।  ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି ଏବଂ  ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସିକର ନିକଟସ୍ଥ ଲକ୍ଷ୍ମଣଗଡ଼ରେ ଏହି ଦୁର୍ଘଟଣା ଘଟିଛି। 
ଖବର ପାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଆହତମାନଙ୍କୁ ଲକ୍ଷ୍ମଣଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଜୟପୁରର ଏସ୍‌ଏମ୍‌ଏସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ  ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe