ଯୋଧପୁରରେ ଜଳିଗଲା ବସ୍‌: ୨୦ ଜୀବନ୍ତଦଗ୍ଧ

ରାଜସ୍ଥାନର ଯୋଧପୁର ରାଜପଥରେ ଆଜି  ଅପରାହ୍ଣରେ ଏକ ଭୟାନକ  ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଜୈସଲମେର୍‌ରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍‌ ମ୍ୟୁଜିୟମ୍‌ ନିକଟରେ ଏକ ଘରୋଇ ବସ୍‌ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଛି।

fssfhfhxvvb

ଜୟପୁର: ରାଜସ୍ଥାନର ଯୋଧପୁର ରାଜପଥରେ ଆଜି  ଅପରାହ୍ଣରେ ଏକ ଭୟାନକ  ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଜୈସଲମେର୍‌ରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍‌ ମ୍ୟୁଜିୟମ୍‌ ନିକଟରେ ଏକ ଘରୋଇ ବସ୍‌ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଛି। ବସ୍‌ରେ ୫୭ ଜଣ ଯାତ୍ରୀ ଥିବା ବେଳେ ରାତି ୯ଟା ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ମିଳିଛି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।  

ବସ୍‌ଟି ଜୈସଲମେର୍‌ରୁ ଯୋଧପୁରକୁ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯାତ୍ରା କରୁଥିଲା। ବସ୍‌ର ପଛ ଭାଗରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା ଏବଂ କିଛି ମିନିଟ୍‌  ମଧ୍ୟରେ ପୂରା ବସ୍‌ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା। ପ୍ରାଥମିକ ତଦନ୍ତରୁ ବସ୍‌ରେ ସଟ୍‌ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ। ଯୋଧପୁରରୁ ଫୋରେନ୍‌ସିକ ଦଳ୍‌ ଘଟଣାସ୍ଥଳରେ ପହଞ୍ଚି ବିସ୍ତୃତ ତଦନ୍ତ ଆରମ୍ଭ କରିଛି।  ଦୁର୍ଘଟଣା ସମୟରେ   ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ କବାଟ ଓ ଝରକା ଦେଇ ବାହାରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଅଧିକାଂଶ ବିଫଳ ହୋଇଥିଲେ।  ଖବର ପାଇ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ‌ରେ ସହଯୋଗ କରିଥିଲେ। ନିଆଁ ଲିଭାଇବା 

ପାଇଁ ଲୋକମାନେ ବସ୍‌କୁ ବାଲି ଫିଙ୍ଗିଥ‌ିଲେ ଏବଂ ପାଣି ଢାଳିବା ପାଇଁ ଉଦ୍ୟମ କରିଥିଲେ। ନିକଟରେ ସେନାର କ୍ୟାମ୍ପ ଥିବାରୁ ତୁରନ୍ତ ସ୍ଥଳସେନା ଉଦ୍ଧାର କାର୍ଯ୍ୟରେ ନି‌‌ୟୋଜିତ ହୋଇଥିଲା। ଆହତମାନଙ୍କୁ ପ୍ରଥମେ ସେନା ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ସେମାନଙ୍କୁ ଜୈସଲମେର୍‌ ପଠାଯାଇଥିଲା। ଯେଉଁମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଯୋଧପୁର ପଠାଯାଇଛି। ଅଗ୍ନିଶମ ଅଧିକାରୀ କୃଷ୍ଣପାଲ୍‌ ସିଂହ ରାଠୋର କହିଛନ୍ତି, ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିବା ବେ‌ଳକୁ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ଜିଲ୍ଲାପାଳ ପ୍ରତାପ ସିଂହ କହିଛନ୍ତି, ୧୬ ଜଣ ଆହତ ଯାତ୍ରୀଙ୍କୁ ଯୋଧପୁର ପଠାଯାଇଛି। ଦଗ୍ଧ ହୋଇଥିବା ଯାତ୍ରୀମାନଙ୍କ ଶବ ବସ୍‌ରୁ ବାହାରି ପାରିନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ କଥା ହୋଇଛନ୍ତି ଏବଂ ଆହତମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe