ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ଦୌଡ଼ରେ ବସ୍ ଡ୍ରାଇଭରଙ୍କ ପୁଅ ସାଜିଦ୍

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ଦୌଡ଼ରେ ବସ୍ ଡ୍ରାଇଭରଙ୍କ ପୁଅ ସାଜିଦ୍

The Canberra Times

ଲଣ୍ଡନ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ଦୌଡ଼ରେ ଦେଶର ଗୃହ ମନ୍ତ୍ରୀ ସାଜିଦ୍ ଜାବିଦ୍ ସାମିଲ ହେବାକୁ ଘୋଷଣା କରିଛନ୍ତି। ସାଜିଦ ହେଉଛନ୍ତି ପାକିସ୍ତାନର ମୂଳ ବାସିନ୍ଦା ତଥା ଜଣେ ବସ୍ ଡ୍ରାଇଭରଙ୍କ ପୁଅ। କଞ୍ଜରଭେଟିଭ ପାର୍ଟିର ଅନ୍ୟ ୮ ଜଣଙ୍କ ସହ ସେ ଦଳର ନେତା ଏବଂ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଛନ୍ତି। ୪୯ ବର୍ଷୀୟ ସାଜିଦ ଥେରେସା ମେ ସରକାରରେ ଏବେ ଗୃହମନ୍ତ୍ରୀ ଥିବାବେଳେ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଏବଂ ବ୍ୟବସାୟ ମନ୍ତ୍ରୀ ରହି ସାରିଛନ୍ତି। ବ୍ୟାଙ୍କିଙ୍ଗ କ୍ୟାରିୟର ଛାଡ଼ି ୨୦୦୯ ମସିହରେ ସେ ରାଜନୀତିକୁ ପ୍ରବେଶ କରିବା ସହିତ କଞ୍ଜରଭେଟିଭ ପାର୍ଟିରେ ଯୋଗଦେଇଥିଲେ। ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ କଞ୍ଜରଭେଟିଭ ପାର୍ଟିର ୩୧୩ ଜଣ ଏମ୍‌ପି ପ୍ରାର୍ଥୀମାନଙ୍କୁ ଭୋଟ ଦେବେ। ଯେଉଁମାନେ କମ୍ ଭୋଟ୍ ପାଇବେ ସେମାନେ ଏହି ଦୌଡ଼ରୁ ବାଦ ପଡ଼ିବେ। ଶେଷରେ ଦୁଇ ଜଣ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ଦଳର ୧ଲକ୍ଷ ୨୫ ହଜାର ସଦସ୍ୟଙ୍କୁ ନେଇ ନିର୍ବାଚନର ସମ୍ମୁଖୀନ ହେବେ। ଏହି ପ୍ରକ୍ରିୟା ଆସନ୍ତା ଜୁଲାଇ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି। ଏହାପରେ ଥେରେସା ମେ’ଙ୍କ ସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବେ। ଉଲ୍ଲେଖଯୋଗ୍ୟ, ନିକଟରେ ଥେରେସା ମେ ଦଳ ଏବଂ ପ୍ରଧାନମନ୍ତ୍ରୀ ପଦ ଆସନ୍ତାମାସ ୭ ତାରିଖରେ ଛାଡ଼ିବେ ବୋଲି ଘୋଷଣା କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe