ଡ୍ରେନ୍‌କୁ ଖସିଲା ବସ୍, ୮ କର୍ମଚାରୀଙ୍କ ମୃତ୍ୟୁ

Advertisment

ପଞ୍ଜାବର ଭଟିଣ୍ଡା ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବର୍ଷା ସମୟରେ ସରଦୁଲଗଡ଼-ଭଟିଣ୍ଡା ରାସ୍ତାରେ ଏକ ଘରୋଇ କମ୍ପାନିର ବସ୍  ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଡ୍ରେନ୍‌ରେ ଖସିପଡ଼ିବାରୁ ୮ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି।

ପଞ୍ଜାବର ଭଟିଣ୍ଡା ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବର୍ଷା ସମୟରେ ସରଦୁଲଗଡ଼-ଭଟିଣ୍ଡା ରାସ୍ତାରେ ଏକ ଘରୋଇ କମ୍ପାନିର ବସ୍  ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଡ୍ରେନ୍‌ରେ ଖସିପଡ଼ିବାରୁ ୮ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି।

gdgdgdg

ଭଟିଣ୍ଡା: ପଞ୍ଜାବର ଭଟିଣ୍ଡା ଜିଲ୍ଲାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବର୍ଷା ସମୟରେ ସରଦୁଲଗଡ଼-ଭଟିଣ୍ଡା ରାସ୍ତାରେ ଏକ ଘରୋଇ କମ୍ପାନିର ବସ୍  ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଡ୍ରେନ୍‌ରେ ଖସିପଡ଼ିବାରୁ ୮ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି।  ଦୁର୍ଘଟଣା ପରେ ତୁରନ୍ତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ପରେ ଏନ୍‌ଡିଆରଏଫ୍‌ ଟିମ୍  ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା।

ଆହତମାନେ ‘ସହିଦ ଭାଇ ମଣି ସିଂହ ହସ୍ପିଟାଲ’ରେ ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପ୍ରବଳ ବର୍ଷା ସମୟରେ ବସ୍‌ଟି ପୋଲ ଉପରେ ଥିବା ରେଲିଂକୁ ଧକ୍କା ଦେବା ପରେ   ଡ୍ରେନ୍ ଭିତରକୁ ଖସି ପଡ଼ିଥିଲା।  ଏହି ଘଟଣା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଡେପୁଟି ପୁଲିସ କମିସନର ସୌକତ ଅହମ୍ମଦ କହିଛନ୍ତି ଯେ ଦୁର୍ଘଟଣା ପରେ ତୁରନ୍ତ  ଗ୍ରାମବାସୀ ଲୋକଙ୍କୁ ଉଦ୍ଧାର କରିବାରୁ ଅନେକ ଜୀବନ ରକ୍ଷା ପାଇଯାଇଛି। ଅନ୍ୟଥା ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାନ୍ତା ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe