ମଧ୍ୟପ୍ରଦେଶର ନର୍ମଦା ନଦୀକୁ ବସ୍‌ ଖସି ୧୩ଜଣଙ୍କ ମୃତ୍ୟୁ

Advertisment
ମଧ୍ୟପ୍ରଦେଶର ନର୍ମଦା ନଦୀକୁ ବସ୍‌ ଖସି ୧୩ଜଣଙ୍କ ମୃତ୍ୟୁ

Image Courtesy of India Today

ଧାର୍‌: ଆଜି ସକାଳେ ମଧ୍ୟପ୍ରଦେଶର ଧାର୍‌ ଜିଲ୍ଲା ଦେଇ ପ୍ରବାହିତ ନର୍ମଦା ନଦୀକୁ ଗୋଟାଏ ବସ୍‌ ଖସିପଡ଼ିବାରୁ ଅନ୍ୟୂନ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ଜଣକୁ ଉଦ୍ଧାର କରାଯାଇଛି।

ସଂଗୃହୀତ ସୂଚନା ଅନୁସାରେ, ମହାରାଷ୍ଟ୍ର ରୋଡ୍‌ୱେଜ୍‌ର ଉକ୍ତ ବସ୍‌ଟି ଇନ୍ଦୋର୍‌ରୁ ପୁଣେ ଯାଉଥିଲା। ଧାର୍‌ ଜିଲ୍ଲାର ଖଲ୍‌ଘାଟ ଦେଇ ପଡ଼ିଥିବା ଆଗ୍ରା-ମୁମ୍ବାଇ ରାଜପଥରେ ଚକ ଖସିଯିବାରୁ ବସ୍‌ଟି ଗୋଟାଏ ପୋଲର ବାଡ଼ା ଭାଙ୍ଗି ନଈ ଭିତରକୁ ଖସିପଡ଼ିଥିଲା। ବସ୍‌ରେ ୫୦/୬୦ଜଣ ଯାତ୍ରୀ ଯାଉଥିଲେ।

publive-image Image Courtesy of NDTV

ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇବା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଟୁଇଟ୍‌ କରି କହିଛନ୍ତି: ଦୁର୍ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଟିମ୍‌ ଉପସ୍ଥିତ ଅଛି। ମୁଁ ଖର୍‌ଗୋନ୍‌, ଧାର୍‌ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ ରଖିଛି। ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦିଆଯାଇଛି। ଏଭଳି ଦୁଃଖଦ ସମୟରେ ପୀଡ଼ିତ ପରିବାର ଆପଣାକୁ ଏକାକୀ ମନେକରନ୍ତୁ ନାହିଁ। ସମଗ୍ର ମଧ୍ୟପ୍ରଦେଶ ସେମାନଙ୍କୁ ସହାୟତା ପ୍ରଦାନ କରିବ।

ଘଟଣାସ୍ଥଳରେ ପ୍ରବଳ ବୃଷ୍ଟିପାତ ସତ୍ତ୍ବେ ନଦୀରେ ଖସିପଡ଼ିଥିବା ବସ୍‌ଟିକୁ ବାହାରକୁ ଅଣାଯାଇଥିବା କଥା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ନ ପଡ଼ିଥିଲେ ବି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ବ୍ରେକ୍‌ ଅଥବା ଷ୍ଟିଅରିଙ୍ଗ୍‌ କାମ ନ କରିବାରୁ ଦୁର୍ଘଟଣା ଘଟିଥାଇ ପାରେ। ଏପର୍ଯ୍ୟନ୍ତ ନଦୀରୁ ୧୩ଜଣଙ୍କ ଶବ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe