ମଧ୍ୟ ପ୍ରଦେଶ କେନାଲ୍‌ରେ ଖସି ପଡ଼ିଲା ବସ୍‌, ୪୫ ମୃତ

Advertisment
ମଧ୍ୟ ପ୍ରଦେଶ କେନାଲ୍‌ରେ ଖସି ପଡ଼ିଲା ବସ୍‌, ୪୫ ମୃତ

indiatvnews.com

ଭୋପାଳ : ମଧ୍ୟପ୍ରଦେଶର ସିଦ୍ଧିରେ ଆଜି ସକାଳେ ଏକ ବସ୍ କେନାଲ୍‌ ଭିତରେ ଖସି ପଡ଼ିବାରୁ ୪୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨୦ ମହିଳା ଅଛନ୍ତି। ମଙ୍ଗଳବାର ସକାଳେ ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ସିଦ୍ଧି ଜିଲ୍ଲାର ପାଟନା ଗ୍ରାମ ନିକଟରେ ଥିବା ବନସାଗର କେନାଲ ଭିତରକୁ ଖସି ପଡ଼ିଥିଲା। କେନାଲର ଗଭୀର ପାଣିରେ ବସ୍‌ଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ୭ ଜଣ ପହଁରି କୂଳରେ ସୁରକ୍ଷିତ ଭାବେ ପହଞ୍ଚିଥିଲେ। ବସ୍‌ର ଅଧିକାଂଶ ଯାତ୍ରୀ ନର୍ସିଂ ଛାତ୍ର ଥିଲେ। ସେମାନେ ପରୀକ୍ଷା ଦେବା ପାଇଁ ସିଦ୍ଧିରୁ ସତନା ଯାଉଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସ୍ଥାନୀୟ ପୁଲିସ, ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାରକାର୍ଯ୍ୟରେ ସହାୟତା କରିଥିଲେ। ତୁରନ୍ତ କେନାଲରୁ ପାଣି ନିଷ୍କାସନ କରାଯାଇଥିଲା। ପାଣି ସୁଅରେ ଭାସିଯାଇ ବସ୍‌ଟି କିଛି ଦୂରରେ ଅଟକିଥିଲା। ଦୁଇଟି କ୍ରେନ୍‌ ସାହାଯ୍ୟରେ ବସ୍‌କୁ ପାଣିରୁ ଉଠା ଯାଇଥିଲା। ଜିଲ୍ଲାପାଳ, ଏସ୍‌ପି, ପୁଲିସ କମିସନର୍‌, ଆଇଜି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିଥିଲେ। ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe