କରୋନା ଉତ୍ପତ୍ତିସ୍ଥଳ ଉହାନ୍‌ରେ ଆରମ୍ଭ ହେଲା ବସ୍‌ ସେବା

Advertisment
କରୋନା ଉତ୍ପତ୍ତିସ୍ଥଳ ଉହାନ୍‌ରେ ଆରମ୍ଭ ହେଲା ବସ୍‌ ସେବା

.xinhuanet.com

ବେଜିଂ : କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଉହାନରେ ଆଜିଠୁ ବସ୍‌ ସେବା ଆରମ୍ଭ ହୋଇଛି। ଉହାନ୍‌ରେ କରୋନା ଭାଇରସ ମୃତ୍ୟୁର ବିଭୀଷିକା ରଚିଥିବା ବେଳେ ୩ ମାସ ଧରି ଉହାନ୍‌ ସହରକୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାନଉନ୍‌ କରାଯାଇଥିଲା। ଦୀର୍ଘ ୯ ସପ୍ତାହ ଲକ୍‌ଡାଉନ ପରେ ଉହାନ୍‌ରେ ଆଜି ପୂର୍ବାହ୍ନରୁ ବସ୍‌ ସେବା ପ୍ରଥମ କରି ଆରମ୍ଭ ହୋଇଛି। ଜାନୁଆରି ୨୩ରୁ ଲକ୍‌ଡାଉନ୍‌ ହୋଇଥିବା ଉହାନରେ ଆଜି ଭୋର ୫ଟା ୨୫ରେ ହାଙ୍କୋଉ ରେଳ ଷ୍ଟେସନଠାରେ ଥିବା ଟର୍ମିନସରୁ ବସ୍ ଯାତ୍ରା ଆରମ୍ଭ କରିଛି। ଉହାନ୍ ସହରର ସମୁଦାୟ ୧୧୭ଟି ବସ୍ ରୁଟରେ ଚଳାଚଳ ଆରମ୍ଭ କରାଯାଇଛି। ସହରର ସମୁଦାୟ ବସ୍ ପରିବହନ ସାମର୍ଥ୍ୟର ପ୍ରାୟ ୩୦ ପ୍ରତିଶତ ବସ୍‌ ଚଳାଚଳ ଆରମ୍ଭ ହୋଇଛି ବୋଲି ମ୍ୟୁନିସପାଲ ଟ୍ରାନ୍ସପୋର୍ଟ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଡ୍ରାଇଭର୍ ଛଡ଼ା ପ୍ରତ୍ୟେକ ବସରେ ଜଣେ ଲେଖାଏଁ ନିରାପତ୍ତା ସୁପରଭାଇଜର୍ ନିଯୁକ୍ତ କରାଯାଇଛି। ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ସୁସ୍ଥ ବୋଲି ନିଶ୍ଚିତ କରାଇବା ଏହି ନିରାପତ୍ତା ସୁପରଭାଇଜରଙ୍କ କାର୍ଯ୍ୟ। ବସ୍ ଚଢ଼ିବା ପୂର୍ବରୁ ଯାତ୍ରୀମାନଙ୍କର ହେଲଥ୍ କୋଡ୍‌ ଯାଞ୍ଚ କରାଯାଉଛି। ୫୬ ନିୟୁତ ଜନସଂଖ୍ୟାବିଶିଷ୍ଟ କେନ୍ଦ୍ରୀୟ ହୁବେଇ ପ୍ରଦେଶରେ ଦୀର୍ଘ ତିନିମାସ ହେବ ଜାରି ହୋଇଥିବା ଲକ୍‌ଡାଉନ୍ ପ୍ରତ୍ୟାହାର କରିବା ନିମନ୍ତେ ମଙ୍ଗଳବାର ଦିନ ଚୀନ୍ ନିଷ୍ପତ୍ତି ନେଇଥିଲା। ୧୧ ନିୟୁତ ଜନତା ବାସ କରୁଥିବା ହୁବେଇର ରାଜଧାନୀ ଉହାନରୁ ଏପ୍ରିଲ୍ ୮ରେ ଲକଡାଉନ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ବୋଲି ସୂଚନା ମିଳିଛି। ଆଜି କିନ୍ତୁ, ଉହାନ୍ ବାହାରେ ଆହୁରି ୪୭ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ହୁବେଇ ଏବଂ ଉହାନରେ କୌଣସି ନୂଆ କୋଭିଡ୍-୧୯ ମାମଲା ଆସି ନ ଥିଲେ ମଧ୍ୟ ସେଠାରେ ୪ ଜଣ ଲୋକ ପ୍ରାଣ ହରାଇଥିବା ଜାତୀୟ ସ୍ୱାସ୍ଥ୍ୟ କମିସନ୍ କହିଛି। ଏହାକୁ ମିଶାଇ ଚୀନରେ କରୋନା ଭାଇରସ୍‌ଜନିତ ମୃତ୍ୟୁ ସଂଖ୍ୟା ୩, ୨୮୧ରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe