ଭୀଷଣ ବାତ୍ୟା ରୂପ ନେବ ‘ନିଭାର’: ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା ବସ ସେବା

Advertisment
ଭୀଷଣ ବାତ୍ୟା ରୂପ ନେବ ‘ନିଭାର’: ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା ବସ ସେବା

ଭୁବନେଶ୍ୱର : ଭୀଷଣ ବାତ୍ୟାର ରୂପ ନେଉଛି ‘ନିଭାର୍‌’। ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ବାତ୍ୟାକୁ ଆଖି ଆଗରେ ରଖି ଏବେ ତାମିଲନାଡୁର ୭ଟି ଜିଲ୍ଲାରେ ବସ ସେବା ବନ୍ଦ କରିଦିଆଯାଇଛି। ୭ଟି ଜିଲ୍ଲା ମଧ୍ୟରେ ରହିଛନ୍ତି କୁଡାଲୋର, ନାଗାପଟ୍ଟିନମ୍, ଥାନଜାଭୁର, ତିରୁଭରୁର, ଭିଲୁପୁରମ୍, ଚେଙ୍ଗାଲପାଟ୍ଟୁ ଏବଂ ପୁଡୁକୋଟାଇ।

publive-image Moneycontrol

ଏହା ସହ ବାତ୍ୟା ସମୟରେ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଟିମ୍ କୁ ନିୟୋଜିତ କରଯାଇଛି। ତାମିଲନାଡ଼ୁ ଓ ପୁଡୁଚେରିରେ ବାତ୍ୟା ମୁକାବିଲା ପାଇଁ ୩୦ଟି ଏନଡିଆରଏଫ ଟିମ୍ କୁ ନିୟୋଜିତ କରାଯାଇଛି।

Waterlogging reported in parts of Surat post heavy rainfall - india news - Hindustan Times

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା। ଆସନ୍ତା ୨୪ ଘଣ୍ଟା‌‌‌ରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍‌ଣ ସୁଦ୍ଧା କରାଇକାଲ୍‌ ଓ ମାମାଲ୍ଲାପୁରମ୍‌ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe