ମାଓବାଦୀ ପାର୍ଟିକୁ ନେପାଳ ସରକାର ନିଷିଦ୍ଧ କରିବା ପରେ ବସରେ ନିଆଁ ଲଗାଇଲେ ଦଳୀୟ କର୍ମୀ

Advertisment
ମାଓବାଦୀ ପାର୍ଟିକୁ ନେପାଳ ସରକାର ନିଷିଦ୍ଧ କରିବା ପରେ ବସରେ ନିଆଁ ଲଗାଇଲେ ଦଳୀୟ କର୍ମୀ

କାଠମାଣ୍ଡୁ: ପଶ୍ଚିମ ନେପାଳରେ ଏକ ମାଓବାଦୀ ପାର୍ଟିକୁ ସରକାର ନିଷିଦ୍ଧ କରିବା ପରେ ହିଂସାକାଣ୍ଡ ଘଟିଛି। ମାଓବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ପଦକ୍ଷେପକୁ ବିରୋଧ କରିବାକୁ ଯାଇ ଏକ ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଇଛନ୍ତି। ସେହି ବସରେ ବରଯାତ୍ରୀମାନେ ଯାଉଥିଲେ। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାଓବାଦୀ ପାର୍ଟିର ଏକ ଗୋଷ୍ଠୀ ସିପିଏମ୍‌-ମାଓବାଦୀର କାର୍ଯ୍ୟକର୍ତ୍ତାମାନେ କୈଲାଳି ଜିଲ୍ଲାର ବଦଇପୁରରେ ଯାତ୍ରୀମାନଙ୍କୁ ବସରୁ ବାହାର କରି ସେଥିରେ ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣାରେ ବସ୍‌ଟି ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ତିନିଜଣଙ୍କୁ ଗିରଫ କରିଛି। ଏହାର ପ୍ରଭାବରେ ନେପାଳର ମୁଖ୍ୟ ସହରଗୁଡିକ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ମାସରେ ଏକ ଦଳର ସଂଚାର କଂପାନିର କାର୍ଯ୍ୟାଳୟ ବାହାରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳର କର୍ମକର୍ତ୍ତାମାନେ ବୋମା ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଲୋକର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe