କର୍ଣ୍ଣାଟକରେ ବସ୍‌-ଟ୍ରକ୍‌ ଧକ୍କା, ୧୩ ମୃତ

Advertisment
କର୍ଣ୍ଣାଟକରେ ବସ୍‌-ଟ୍ରକ୍‌ ଧକ୍କା, ୧୩ ମୃତ

Yahoo News India

ବେଙ୍ଗାଲୁରୁ : ଶୁକ୍ରବାର ସକାଳେ କର୍ଣ୍ଣାଟକର ହୁବଳି-ଧରଵାଡ଼ ବାଇପାସ୍‌ ରାସ୍ତା ନିକଟ ଇତିଗତି ଲେଭଲ କ୍ରସିଂ ଠାରେ ଏକ ଯାତ୍ରୀବାହୀ ମିନିବସ୍‌ ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ଭିତରେ ସଂଖ୍ୟାଧିକ ମହିଳା ଥିବା ଜଣାଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ କିମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିବା ବେଳେ ଅନେକଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସୂଚନା ଥାଉ କି, ଦାବନଗେରେର ଏହି ଯାତ୍ରୀମାନେ ଗୋଆରେ ଏକ ସାମାଜିକ ଉତ୍ସବରେ ଯୋଗଦେବା ଲାଗି ଏହି ବସ୍‌ରେ ଯାତ୍ରା କରୁଥିଲେ। ପୁଣେ-ବେଙ୍ଗାଲୁରୁ ଜାତୀର ରାଜପଥ ଅନ୍ତର୍ଗତ ହୁବଳି-ଧରଵାଡ଼ ବାଇପାସ୍‌ ହେଉଛି ୩୨ କିମି ବ୍ୟାପୀ ଏକପାଖିଆ ରାସ୍ତା। ସୁତରା ଏହି ଇଲାକା ଦୁର୍ଘଟଣାପ୍ରବଣ ହୋଇ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରାସ୍ତା ଦୁର୍ଘଟଣା ପାଇଁ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe