୫୦ଜଣ ଯାତ୍ରୀଙ୍କ ସହିତ ୩୦ ଫୁଟ ଗଭୀର ଖାଇକୁ ଖସିଲା ବସ୍

Advertisment

ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ସେମାଡୋହ ନିକଟରେ ଏକ ଘରୋଇ ବସ୍ ୩୦ ଫୁଟ ଗଭୀର ଖାଇକୁ ଖସି ପଡିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଆହତ ଯାତ୍ରୀମାନଙ୍କର ଚିକିତ୍ସା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଉଛି...

ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ସେମାଡୋହ ନିକଟରେ ଏକ ଘରୋଇ ବସ୍ ୩୦ ଫୁଟ ଗଭୀର ଖାଇକୁ ଖସି ପଡିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଆହତ ଯାତ୍ରୀମାନଙ୍କର ଚିକିତ୍ସା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଉଛି...

5anama

ଅମରାବତୀ: ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ୩୦ଫୁଟ ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣା ଅମରାବତୀ ନିକଟ ମେଲଘାଟ ଅଞ୍ଚଳ ନିକଟରେ ଘଟିଛି। ଦୁର୍ଘଟଣା ସମୟରେ ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। 

ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ  ଜାରି ରହିଛି। ଅନେକ ଲୋକ ଗୁରୁତର ଆହତ ହୋଇଥିବାବେଳେ। ଆହତ ଯାତ୍ରୀମାନଙ୍କୁ ଚିକିତ୍ସାଲାଗି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଘରୋଇ ବସ୍‌ଟି ଏକ ବୁଲାଣି ରାସ୍ତାରେ ନିୟନ୍ତ୍ରଣ ହରାଇବା ପରେ ଖସିପଡିଥିଲା।  ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା, ସମୟରେ ଦ୍ରୁତ ଗତିରେ ଯାତ୍ରା କରୁଥିଲା, ଯେଉଁ କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଖାଇରେ ପଡ଼ିଯାଇଥିଲା।

ସୂଚନାଯୋଗ୍ୟ, ଏହାପୂର୍ବରୁ ଅମରାବତୀ ନିକଟ ମେଲଘାଟ ଅଞ୍ଚଳରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଅମରାବତୀରୁ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।  ବୁଲାଣି ରାସ୍ତାରେ ବସ୍ ନିୟନ୍ତ୍ରଣ ହରାଇଥିଲା।

ମହାରାଷ୍ଟ୍ରରେ ଆଉ ଏକ ମାମଲା ବୁଦ୍ଧାନା ଜିଲ୍ଲାରେ ଘଟିଥିଲା। ଏହି ଦୁର୍ଘଟଣାରେ 'କଂକ୍ରିଟ୍' ଖମ୍ବରେ ଭର୍ତ୍ତି ଟ୍ରାକ୍ଟର-ଟ୍ରଲି ଓଲଟି ପଡିବାରୁ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe